ମାଲିକାନା ପାଇଁ ଦେଶ ବଦଳାଉଥିବା ଦ୍ୱୀପ ।

ଫୋକସ ପ୍ଲସ 13/12/2022(ବ୍ୟୁରୋ ): ଏମିତି ଏକ ଦ୍ୱୀପ ଅଛି ଯାହାକି ମାଲିକାନା ପାଇଁ ଦେଶ ବଦଲାଉଥିବାକୁ ନେଇ ଚର୍ଚ୍ଚାରେ ଅଛି।ତେବେ ଦର୍ଶକ ବନ୍ଧୁ ଏହି ଦ୍ବୀପର ନାମ ହେଉଛି ଫିଜାଣ୍ଟ।ଏହି ଦ୍ବୀପ ସ୍ପେନ ଓ ଫ୍ରାନ୍ସ ର ସୀମାରେ ରହିଛି। ସାଧାରଣତ କୌଣସି ଅଞ୍ଚଳର ସାର୍ବଭୌମତ୍ବ ସବୁବେଳେ ଏକ ନିର୍ଦ୍ଧିଷ୍ଟ ଦେଶ ଅଧୀନରେ ରହିଥାଏ।କିନ୍ତୁ ଏହି ଦ୍ୱୀପ ଯାହାର ମାଲିକାନା ଦୁଇ ଦେଶ ମଧ୍ୟରେ ବାରମ୍ବାର ହସ୍ତାନ୍ତର ହୋଇ ଚାଲିଛି।ଏହି ଫିଜାଣ୍ଟ ଦ୍ୱୀପ ପ୍ରତି ୬ ମାସରେ ଥରେ ଫ୍ରାନ୍ସ ଅଧୀନକୁ ତ ପରବର୍ତ୍ତୀ ପାଳିରେ ସ୍ପେନ ହାତକୁ ଚାଲିଯିବା ଭଳି ବାସ୍ତବତା ଦେଖିବାକୁ ମିଳିଛି।ତେବେ ଏହି ଦୁଇଟି ଦେଶ ମଧ୍ୟରେ ଥିବା ସ୍ୱାଭାବିକ ସୀମାରେଖା ବିଦାସୋଆ ନଦୀ ମଧ୍ୟରେ ଥିବା ଫିଜାଣ୍ଟ ଦୀପର ଏପରି ମାଲିକାନାର ପରିବର୍ତ୍ତନ ପଛରେ ଏଇତିହାସିକ ପୃଷ୍ଟଭୂମି ରହିଛି।ପ୍ରାୟ ୪ ଶହ ବର୍ଷ ତଳେ ଫ୍ରାନ୍ସ ଓ ସ୍ପେନ ମଧ୍ୟରେ ଲାଗିରହିଥିବା ୩୦ ବର୍ଷିଆ ଯୁଦ୍ଧର ଅବସାନ ଘଟିଥିଲା।ତେବେ ତାହାର ଏକ ଶାନ୍ତିପ୍ରଦ ମିମାଂସା ପାଇଁ ଦୁଇ ଦେଶ ନିଜର ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କୁ ଏହି ସୀମାନ୍ତ ଦ୍ବୀପକୁ ପଠାଇଥିଲେ।ଏମିତିକି କୌଣସି ଏକ ଅପ୍ରୀତିକର ପରିସ୍ଥିତି ପାଇଁ ଦୁଇ ଦେଶର ସେନା ନଦୀର ଦୁଇ ପାର୍ଶ୍ୱରେ ଠୁଳ ହୋଇଥିଲେ।ତେବେ ଏହି ପ୍ରକ୍ରିୟା ଦୀର୍ଘ ୧୧ ବର୍ଷ ଲାଗିଯିବା ସହ ୨୪ ଥର ଦ୍ୱିପାକ୍ଷିକ ଆଲୋଚନା ପରେ ଦୀପର ମାଲିକାନାକୁ ଦୁଇ ଦେଶ ଏପରି ଭାଗିଦାର ହୋଇ ରଖିବାକୁ ସହମତ ହୋଇଥିଲେ।ତେବେ ଏଠାରେ ଏକ ରୋଚକ କଥା ହେଉଛି ,ଉକ୍ତ ଦୀପରେ ଫ୍ରାନ୍ସ ରାଜା ଚତୁର୍ଦ୍ଦଶ ଲୁଇଙ୍କ ସହ ସ୍ପେନ ରାଜକୁମାରି ମାରିଆଙ୍କର ଶୁଭ ପରିଣୟ ଅନୁଷ୍ଠିତ ହେବାପରେ ହିଁ ଏହି ଶାନ୍ତିର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।ତେବେ ୧୯୬୦ ମସିହାରୁ ପ୍ରତିବର୍ଷ ଫେବୃଆରୀ ମାସରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦ୍ୱୀପଟି ସ୍ପେନ ଅଧୀନରେ ରହୁଥିବା ବେଳେ ପରବର୍ତ୍ତୀ ୬ ମାସ ଫ୍ରାନ୍ସ ହାତକୁ ଚାଲିଯାଉଛି।

Leave a Reply

Your email address will not be published. Required fields are marked *