ଫୋକସ ପ୍ଲସ 15/12/2022(ବ୍ୟୁରୋ): ସମୁଦ୍ର ଯେତିକି ସୁନ୍ଦର ଆଉ ଗଭୀର ସେତିକି ଭୟଙ୍କର ମଧ୍ୟ।ସମୁଦ୍ର ଭିତରେ ଏଭଳି ଅନେକ ବୈଜ୍ଞାନିକ ତଥ୍ୟ ଲୁଚି ରହିଛି ଯାହା ସମ୍ବନ୍ଧରେ ବୈଜ୍ଞାନିକ ମାନେ ମଧ୍ୟ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି।ସେହିଭଳି କିଛି ସାମୁଦ୍ରିକ ଫେନୋମେନନ ଅଛି ଯାହା ବେଶ ଆଶ୍ଚର୍ଯ୍ୟକର।ଏକ ସାମୁଦ୍ରିକ ଫେନୋମେନନ ହେଲା ସମୁଦ୍ରରେ ଉଠୁଥିବା ସ୍କୋୟାର ୱେଭ।ଏହି ଢେଉ ଚତୁର୍ଭୁଜ ଭଳି ଦେଖାଯାଇଥାଏ।ତେବେ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି।ଯେଉଁଥିରେ ସ୍କୋୟାର ୱେଭର ଚିତ୍ର ଦେଖିବାକୁ ମିଳିଛି।ଯେତେବେଳେ ସମୁଦ୍ରର ଢେଉ ନିଜନିଜ ଭିତରେ ବାଡେଇ ହେଉଛନ୍ତି ସେତେବେଳେ ଏହା ଏକ ସ୍କୋୟାର ସେପ ନେଉଛି।ତେବେ ଏଭଲି ଘଟଣା ହେଉଛି ଏକ ନିଆରା ଘଟଣା।ସାଧାରଣତଃ ସମୁଦ୍ରର ଢେଉ କୂଳ ଆଡକୁ ମାଡ଼ିଆସି ପୁଣି ଫେରିଯାଇଥାଏ।ହେଲେ ସ୍କୋୟାର ସେପ ଢେଉ ସମୁଦ୍ର କୂଳକୁ ଆସିବା ବେଳେ ପରପେଣ୍ଡିକୁଳାର ହୋଇ ଉଠିଥାଏ।ଯେତେବେଳେ ଢେଉ ମାନେ ଏକାଠି ପିଟି ହୁଅନ୍ତି,ସେହି ସମୟରେ ଏହା ସ୍କୋୟାର ସେପ ହୋଇ ୧୦ ଫୁଟ ଉପରକୁ ଉଠିଥାଏ ଯାହା ଖୁବ ବିପଦପୂର୍ଣ୍ଣ ବୋଲି କୁହାଯାଉଛି। ତେବେ ଏହା ପ୍ରାକୃତିକ ନା କୃତ୍ରିମ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।