ଫୋକସ ପ୍ଲସ 16/12/2022(ଦଶମନ୍ତପୁର): ହଷ୍ଟେଲରେ ରହୁଥିବା ଛାତ୍ରୀ ମାନେ ଖାଇବାକୁ ନପାଇ ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଦୀର୍ଘ ସମୟ କାନ୍ଦିବା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପଲିଟି ଥିଲା । ପିଲାଙ୍କ କାନ୍ଦ ଦେଖି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଥିଲା । ଏପରି ଘଟଣା ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ଥିବା ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଅନୁସାଚିତ ଜାତି ଓ ଜନଜାତି ଛାତ୍ରୀ ହଷ୍ଟେଲରେ। ଏହି ଠାକୁରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରେ ଭୋକ ଓପାସ ଥିବା ୯୪ ଜଣ ଛାତ୍ରୀ ହଷ୍ଟେଲରୁ ବାହାରି ୧ କିମି ଦୂର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ରବିବାର ବ୍ଲକ କାର୍ଯ୍ୟାଳୟ ବନ୍ଦ ଥିବାରୁ ଛାତ୍ରୀ ମାନେ ବ୍ଲକ ସମ୍ମୁଖରେ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଈ ଯାଇଥିଲେ।ହଷ୍ଟେଲରୁ ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିବା ସମସ୍ତ ଛାତ୍ରୀ ୪ ର୍ଥ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୯୪ ଜଣ ଛାତ୍ରୀ ଥିଲେ। ଭୋକରେ ଥିବା ପିଲା ମାନଙ୍କୁ ସ୍ଥାନୀୟ ଲୋକେ ବିସ୍କୁଟ ଖାଇବାକୁ ଦେଇଥିଲେ। ଖବର ପାଇ ସ୍ଥାନୀୟ ଏବିଓ, ସିଆରସିସି, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପହଞ୍ଚି ବ୍ଲକ ପରିସରରେ ଥିବା ଛାତ୍ରୀ ମାନଙ୍କୁ ହୋଟେଲରୁ ଆଣି ଖାଦ୍ୟ ଦେଇଥିଲେ ।ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ସେମାନଙ୍କୁ ଖାଦ୍ୟ ନଦେବା ସହ ଅଧିକାଂଶ ଦିନ ଲୁଣ ଭାତ ଦେଉଥିବାର ଛାତ୍ରୀ ମାନେ ଅଭିଯୋଗ ଆସିଥିଲେ । ଏହି ଘଟଣା ପରେ ମାନବ ଅଧିକାର କମିଶନ ଜବାବ ତଲବ କରିଥିଲେ l ଏହାର କିଛି ଦିନ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ ସମୁଖରେ ବିରାଟ ରାଲି ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସ୍ଥାନୀୟ ବାସିନ୍ଦା । ବ୍ଲକ ସମୁଖରେ ଛାତ୍ରୀମାନେ କାନ୍ଦିବା ଘଟଣାରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ବିଦ୍ୟାଳୟ ପହଁଚି ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଥିଲେ । ଗତକାଲି ମୟୂରଭଞ୍ଜ ଜିଲାପାଳ ନିର୍ଦ୍ଦେଶ କ୍ରମେ ବିଇଓ ଠାକୁରମୁଣ୍ଡା ପ୍ରଧାନ ଶିକ୍ଷୟତ୍ରୀ ଲୁମେଶ୍ୱରୀ ନାୟକଙ୍କୁ କାର୍ଯ୍ୟରେ ଅବହେଳା କରିବା ଘଟଣାରେ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। କାର୍ଯ୍ୟାଳୟର ପତ୍ର ସଂଖ୍ୟା ୨୮୮୧ ତା ୧୫ ରିଖ ଦିନ ନିର୍ଦେଶନାମା ଜାରି କରାଯାଇଛି। ନିଲମ୍ବିତ ପ୍ରଧାନ ଶିକ୍ଷୟତ୍ରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଏବଂ ଏସ ଏସ ଡି ଛାତ୍ରୀ ନିବାସ ଦାୟିତ୍ୱ ତୁଲାଉ ଥିଲେ। ଏସ ଏସ ଡି ଛାତ୍ରୀ ନିବାସର ଛାତ୍ରୀ ମାନେ ଖାଇବାକୁ ନ ପାଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦିବା ଘଟଣା ରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ନିଲମ୍ବନ ପରେ ଏହି ଦାୟିତ୍ୱରେ ବର୍ତ୍ତମାନ ଶିକ୍ଷୟତ୍ରୀ ଜୟନ୍ତୀ ପଣ୍ଡା ଙ୍କୁ କାର୍ଯ୍ୟଭାର ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। ତେବେ ଠାକୁରମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଡେରିରେ ହେଲେବି ଏପରି ଜଣେ କର୍ତ୍ତବ୍ୟ ଅନୁପାଳନ କରୁ ନଥିବା ଶିକ୍ଷୟିତ୍ରୀଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଅଭିଭାବକ ଏବଂ ଛାତ୍ରୀ ମହଲରେ ଏକ ଖୁସିର ମାହଲ ସୃଷ୍ଟି ହୋଇଛି।