ଫୋକସ ପ୍ଲସ 17/12/2022(କନ୍ଧମାଳ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଆଉ ଅଳ୍ପଦିନ ପରେ ବଡଦିନ। ଏହାକୁ ନେଇ ଆରମ୍ଭ ହେଲାଣି ପ୍ରାକ ପ୍ରସ୍ତୁତି। ବିଭିନ୍ନ ଅଞ୍ଚଳରେ ଖ୍ରୀଷ୍ଟପ୍ରେମୀମାନେ ପାଳନ କରୁଛନ୍ତି ପ୍ରୀ ଖ୍ରୀଷ୍ଟମାସ୍।କନ୍ଧମାଳ ଜିଲ୍ଲା ବାଲିଗୁଡା କଲ୍ୟାଣ ମଣ୍ଡପ ଠାରେ ଆଞ୍ଚଳିକ ମିଳିତ ଖ୍ରୀଷ୍ଟୟ କମିଟି ପକ୍ଷରୁ ପ୍ରୀ ଖ୍ରୀଷ୍ଟମାସ୍ ପର୍ଵ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ବଡଦିନ ପୂର୍ବରୁ ଡିସେମ୍ବର ମାସ ପ୍ରଥମ ସପ୍ତାହରୁ ଏହି ପର୍ଵ ଆରମ୍ବ ହୋଇଥାଏ। ଗତ ଦୁଇବର୍ଷ ହେଲା ମହାମାରୀ କରୋଣା କଟକଣା ଯୋଗୁଁ ନିରାଡମ୍ବରେ ବଡଦିନ ଉସ୍ରଵ ପାଳନ ହେଉଥିଲା।ବର୍ତ୍ତମାନ ସମୟରେ କରୋଣା ହଟିଥିବାରୁ ଚଳିତ ବର୍ଷ ଧୁମଧାମରେ ବଡଦିନ ପାଳିବା ପାଇଁ ସୁଯୋଗ ପାଇଥିବାରୁ ବେଶ୍ ଉସ୍ରାହିତ ଅଛନ୍ତି ଖ୍ରୀଷ୍ଟପ୍ରେମୀ।ଏହି ଅବସରେ ଅସହାୟ ବୃଦ୍ଧ,ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯିବସହ ପାର୍ଥନା ସମତେ ସଂ।ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଖ୍ରୀଷ୍ଟୀୟ କମିଟିର ସଭାପତି ସମତେ ଶତାଧିକ ଖ୍ରୀଷ୍ଟପ୍ରେମୀ ଯୋଗ ଦେଇଥିଲେ।