ଏକ ତରଫା ପ୍ରେମ ରେ ଶାଳୀ କୁ ନେଇ ଫେରାର ମାରୁଥିଲେ ଭିଣେଇ ||

ଫୋକସ ପ୍ଲସ 17/12/2022( ବଲାଙ୍ଗୀର):  ଏକ ତରଫା ପ୍ରେମରେ ଭିଣେଇ l କାକା ଶଶୁର ଝିଅକୁ ଜୋର ଜବରଦସ୍ତ ପ୍ରେମ କରି ଚାରି ଚକିଆ ଗାଡିରେ ଫେରାର ମାରୁଥିବା ବେଳେ ଚାନ୍ଦୋତରା ଛକ ନିକଟରେ ଗ୍ରାମବାସୀଙ୍କ ଦ୍ଵାରା ଅଟକାଇଥିଲେ l ଘଟଣା ସ୍ଥଳରୁ ତହସିଲଦାର ଓ ସରପଞ୍ଚଙ୍କ ଦ୍ଵାରା ଉଦ୍ଧାର କରି ସିନ୍ଧେକେଲା ଥାନାକୁ ଆଣିଥିଲେ l ସୂଚନାଯୋଗ୍ୟ ଯେ ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ମାଣ୍ଡୁସିଲ ଗାଁର ଶିଶୁପାଲ ଜୁଏଡ଼ l ଗତ ୨୦୧୭ ମସିହାରେ ବହଲପଦର ଗାଁରେ ବିବାହ କରିଥିଲେ l କିନ୍ତୁ ତାଙ୍କ କାକା ଶଶୁରର ଝିଅ ସମ୍ପର୍କରେ ଶାଳୀ କଲେଜକୁ ପାଠ ପଢ଼ି଼ବା ପାଇଁ ଆସିଥିବା ବେଳେ ଅଧା ବାଟରୁ ଭିଣେଇ ଏକ ଚାରି ଚକିଆ ଗାଡିରେ ଆସି ଶାଳୀକୁ ଅପହରଣ କରି ପଳାଉଥିଲେ l ଚାନ୍ଦତରାର ଲୋକ ମାନେ ଜାଣି ସମସ୍ତେ ମିଶି ଗାଡିକୁ ଅଟକାଇ ଥିଲେ l ସିନ୍ଧେକେଲା ପୋଲିସ ଓ ଖଡ଼ିଆଳ ପୋଲିସ ଘଟଣାର ତଦନ୍ତ କରୁଛି l

Leave a Reply

Your email address will not be published. Required fields are marked *