କିପରି କମିବ ବ୍ରଣ ସମସ୍ୟା ଜାଣନ୍ତୁ ||

ଫୋକସ ପ୍ଲସ 4/1/2023(ବ୍ୟୁରୋ): ବର୍ତମାନ ସମୟରେ ମହିଳାମାନେ ନିଜ ତ୍ୱଚାକୁ ନେଇ ଚିନ୍ତାରେ ରହୁଛନ୍ତି । କେବଳ ମହିଳାମାନେ ନୁହଁନ୍ତି, ପୁରୁଷମାନେ ମଧ୍ୟ ଆଜିକାଲି ନିଜ ସ୍କିନକୁ ନେଇ ବେଶ ଚିନ୍ତିତ । ତେବେ ସେମାନଙ୍କର ତ୍ୱଚାକୁ ନେଇ ଚିନ୍ତାର ମୁଖ୍ୟ କାରଣ ହେଉଛି ବ୍ରଣ ବା ପିମ୍ପଲ । ଆଜିକାଲି ଏହା ସାଧାରଣ ହୋଇଥିଲେ ମଧ୍ୟ ଏହାକୁ ନେଇ ଆଜିର ଯୁବପିଢି ଚିନ୍ତାରେ ରହୁଛନ୍ତି । ତେବେ କିଭଳି ରୋକିବେ ବ୍ରଣ ସମସ୍ୟ।। ଓ ମୁହଁରେ ବ୍ରଣ କାହିଁକି ହୋଇଥାଏ ତାହା ଜାଣିବା ନିହାତି ଜରୁରୀ । ସାଧାରଣତଃ ବ୍ରଣ ହେଉଛି ଏକ ଚର୍ମ ରୋଗ ଯାହାକି ଆଜିର ଦିନରେ ଉଭୟ ପୁରୁଷ ଙ୍କ ଠାରୁ ଆରମ୍ଭ କରି ମହିଳା ଓ ଛୋଟପିଲାଙ୍କ ପାଖରେ ଦେଖିବାକୁ ମିଳୁଛି ତେଣୁ ଆଜି ଆସନ୍ତୁ ଜାଣିବା ଏହି ବ୍ରଣର କାରଣ କଣ ଆଉ ଆପଣ କେମିତି ଏହାକୁ ରୋକି ପାରିବେ।ବ୍ରଣ ହେବାର ମୁଖ୍ୟ କାରଣ ହେଲା ହର୍ମୋନ।ଯେତେବେଳେ ପୁଅ ମାନଙ୍କର ଦାଢ଼ି ନିଶ ଉଠିବା ଆରମ୍ଭ କରେ ଓ ଝିଅ ମାନଙ୍କ ଋତୁସ୍ରାବ ଆରମ୍ଭ ହୁଏ ସେ ସମୟରେ ଉଭୟ ମହିଳା ଓ ପୁରୁଷ ମାନଙ୍କର ହର୍ମୋନାଲ ସନ୍ତୁଳନ ବିଗିଡି ଯାଇଥାଏ।କେବଳ ହର୍ମୋନ ନୁହେଁ ଆଜିର ସମୟରେ ମାନସିକ ଚାପ ମଧ୍ୟ ମୁହଁରେ ବ୍ରଣ ହେବାର ଅନ୍ୟ ଏକ ପ୍ରମୁଖ କାରଣ । ଏବେ ଆସନ୍ତୁ ଜାଣିବା ବ୍ରଣ ହୋଇଥିଲେ ମୁହଁର ଯତନ ନେବେ କେମିତି ? ପ୍ରଥମତଃ ବ୍ରଣରେ ବାରମ୍ବାର ହାତ ମାରିଲେ ତାହା ଦାଗ ହୋଇପାରେ କିମ୍ବା ସେହି ସ୍ଥାନରେ ଖାଲ ହୋଇପାରେ। ତେଣୁ ବ୍ରଣରେ କଦାବି ହାତ ମାରନ୍ତୁ ନାହିଁ। ମୁହଁରେ ଅଯଥାରେ କୌଣସି କ୍ରିମ କିମ୍ବା ମେକପ ମଧ୍ୟ ଲଗାନ୍ତୁ ନାହିଁ।ମୁହଁ ରେ ଅଧିକ ମେକପ ଲଗାଇଲେ ମୁହଁରେ ଥିବା ଛିଦ୍ର ବନ୍ଦ ହୋଇଯାଏ । ଆଉ ମୁହଁରେ ବ୍ରଣ ବାହାରେ ତେବେ ଏବେ ଜାଣିବା ମୁହଁରେ ବ୍ରଣ ହୋଇଥିଲେ ତାର ଉପଚାର କରିବେ କିପରି । ପ୍ରଥମତଃ ବ୍ରଣର ଉପଚାର କରିବାକୁ ହେଲେ ଶରୀରକୁ ସଠିକ ମାତ୍ରାରେ ବିଶ୍ରାମ ଦେବା ଉଚିତ।ଅର୍ଥାତ ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବା ଉଚିତ। କାରଣ ଠିକ ସମୟରେ ନଶୋଇବା ମଧ୍ୟ ବ୍ରଣର ଏକ ମୁଖ୍ୟ କାରଣ । ଆମ ସମସ୍ତଙ୍କ ଚର୍ମ ଭିନ୍ନ ଭିନ୍ନ ଯଦି ଜଣଙ୍କ ତ୍ୱଚାରେ ଘୋରଇ ଉପଚାର ସୁହାଇଥାଏ ଅନ୍ୟ ଜଣଙ୍କ ତ୍ୱଚାରେ କିନ୍ତୁ ତାହା ସୁହାଇନଥାଏ ତେଣୁ ନିଜ ମନ ଇଚ୍ଛା କୌଣସି ଘରେଇ ଉପଚୀର ବ୍ୟବହାର କରନ୍ତୁ ନାହିଁ। ଏହାସହ ମୁହଁକୁ ଯଥାସମ୍ଭବ ପରିଷ୍କାର ରଖିବାକୁ ଚେଷ୍ଟା କରନ୍ତୁ । ପ୍ରଚୁର ପରିମାଣରେ ପାଣି ପିଇବା ସହ ବ୍ରଣରୁ ରକ୍ଷା କରିବା ସହ ଖାଦ୍ୟପେୟର ମଧ୍ୟ ଯତ୍ନ ନେବା ଉଚିତ ।

Leave a Reply

Your email address will not be published. Required fields are marked *