ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା ||

ଫୋକସ ପ୍ଲସ 10/1/2023(ବୋରିଗୁମା): ଗତ ରାତିରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା,ପଥରରେ ଛେଚି ହତ୍ୟା କଲା ଅଭିଯୁକ୍ତ ।ଏଭଳି ଘଟଣା ଦେଖିବାକୁ ମିଳିଛି ବୋରିଗୁମା ବ୍ଲକ ବିସିଂହପୁର ଥାନା ଘାଟୁଆଳ ଗୁଡା ଗ୍ରାମରେ ।୭୫ ବର୍ଷୀୟମୃତ ବୃଦ୍ଧ ଜଣକ ଚିଲାମାଣ୍ଡି ଗ୍ରାମର ଧନିଆ ମୁଦୁଲି ବୋଲି ଜଣାପଡିଛି ।ଗତ କାଲି ବିଳମ୍ବିତ ରାତ୍ରରେ ଘଟିଛି ହତ୍ୟାକାଣ୍ଡ ।ଏନେଇ ମୃତ ବୃଦ୍ଧଙ୍କ ପରିବାର ଲୋକେ ବିସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ୭୫ ବର୍ଷ ବୃଦ୍ଧଙ୍କ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ସାଇଣ୍ଟିଫିକ ଟିମକୁ ଧରି ଘଟଣା ସ୍ଥଳରେ ପହଞ୍ଚିଛି ବିସିଂହପୁର ପୋଲିସ।ସାଇଣ୍ଟିଫିକ ଟିମର ରିପୋର୍ଟ ଏବଂ ବ୍ୟବଛେଦ ରିପୋର୍ଟ ଆଧାରରେ ତଦନ୍ତ ହେବ ।ତଦନ୍ତ ପରେ ହିଁ ହତ୍ୟାର କାରଣ ସ୍ୱଷ୍ଟ ହେବ ବୋଲି ବୋରିଗୁମ୍ମା SDPO ମଧୁସିକ୍ତା ମିଶ୍ରଥାନା ସୂଚନା ଦେଇଛନ୍ତି। ସେପଟେ ହତ୍ୟାକାରୀ ପରଜା ପାତ୍ରପୁଟ ଗ୍ରାମର ଉଦୟ ବିଶୋଇ ବୋଲି ଜଣାପଡ଼ିଥିବା ବେଳେ । ହତ୍ୟାକାରୀ ଯୁବକଙ୍କୁ ଥାନାରେ ଅଟକ ରଖିଛି ବି ସିଂହପୁର ପୋଲିସ ।

Leave a Reply

Your email address will not be published. Required fields are marked *