ମଦ ପିଇଉଥିଲେ ହୋଇଯାନ୍ତୁ ସତର୍କ ||

ଫୋକସ ପ୍ଲସ 10/1/2023( ବ୍ୟୁରୋ): ଗୋଟି ବୁନ୍ଦା ମଦବି ଆପଣଙ୍କ ପାଇଁ ପଡିପାରେ ଭାରି । ସାଧାରଣତଃ ଲୋକମାନେ ଦାମି କିମ୍ବା ଅଳ୍ପ ପରିମାଣର ମଦ୍ୟପାନ କରି ଭାବନ୍ତି ଯେ,ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲ୍ୟୁଏଚଓ ପ୍ରକାଶିତ କରିଥିବା ସଦ୍ୟ ରିପୋର୍ଟ ଅନୁଯାୟୀ ଗୋଟିଏ ବୁନ୍ଦା ମଦରେ ବି ସମସ୍ୟା ସୃଷ୍ଟି ହୋଇଥାଏ । ବିଭିନ୍ନ ନିଶା ଦ୍ରବ୍ୟ ମଧ୍ୟରୁ ଆଲକୋହଲ ବା ମଦ ଅତି ସାଧାରଣ ବୋଲି କିଛି ଲୋକ ବିବେଚନା କରନ୍ତି । ଏହା ମଧ୍ୟ ଭାବନ୍ତି ଯେ, ଅଳ୍ପ ପରିମାଣରେ ମଦ ପିଇବା ଦ୍ବାରା କୌଣସି କ୍ଷତି ହୋଇନଥାଏ । ଅଧିକାଂଶ ଲୋକେ ପର୍ବ-ପର୍ବାଣି, ଜାନି-ଯାତରେ ମଧ୍ୟ ମଦ ପିଇଥାନ୍ତି ଏବଂ ଏହି ଅଭ୍ୟାସ ଆମ ନିୟନ୍ତ୍ରଣରେ ଅଛି ବୋଲି କହନ୍ତି । ତେବେ ଆପଣ ମଧ୍ୟ, ଯଦି ଏହି ଭାବନା ରଖିଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଗୋଟିଏ ବୁନ୍ଦା ମଦର କି ପ୍ରଭାବ ପଡେ ସେନେଇ ଚେତାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଡବ୍ଲ୍ୟୁଏଚଓ ମଦ୍ୟପାନକୁ ନେଇ ଏକ ଆଶ୍ଚର୍ଯ୍ୟା ଜନକ ତଥ୍ୟ ଦେଇ କହିଛି, । ମଦର ପ୍ରଥମ ବୁନ୍ଦା ପାନ କରିବା ପରେ ଆରମ୍ଭ ହୁଏ କର୍କଟ ରୋଗର ଆଶଙ୍କା । ଏହା ସହିତ, ମଦ୍ୟପାନର ସେପରି କୌଣସି ମାପ ନାହିଁ, ଯେଉଁଥିରେ ମଦ୍ୟପାନ କରିବା କ୍ଷତିକାରକ ନୁହେଁ ବୋଲି କୁହାଯାଇ ପାରିବ। ଡବ୍ଲ୍ୟୁଏଚଓ ନିକଟରେ ଲାନସେଟ୍ ଜନସ୍ୱାସ୍ଥ୍ୟରେ ଏହି ବିବୃତ୍ତି ପ୍ରକାଶ କରିଛି । ଏଥିରେ ଦର୍ଶାଯାଇଛି ଯେ, ଯେତେବେଳେ ମଦ୍ୟପାନ ବିଷୟରେ କୁହାଯାଏ, ସେଠାରେ କୌଣସି ସୁରକ୍ଷିତ ପରିମାଣ ନାହିଁ, ଯାହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ନାହିଁ । ଡବ୍ଲ୍ୟୁଏଚଓ ଆଞ୍ଚଳିକ ପରାମର୍ଶଦାତା ତଥା ଅଣ-ଯୋଗାଯୋଗ ରୋଗ ପରିଚାଳନା ଡ. କୈରିନ ଫେରେରା-ବୋର୍ଗସ୍ କହିଛନ୍ତି ଯେ, ତଥାକଥିତ ସୁରକ୍ଷିତ ସ୍ତରର ମଦ୍ୟପାନ ବିଷୟରେ ଆମେ କୌଣସି ଦାବି କରିପାରିବୁ ନାହିଁ । ଅର୍ଥାତ୍ କୌଣସି ନିର୍ଦ୍ଦିଷ୍ଟ ପରିମାଣରେ ମଦ୍ୟପାନ କ୍ଷତିକାରକ ନୁହେଁ କହିବା ଅସମ୍ଭବ । ଅଧ୍ୟୟନରେ କୁହାଯାଇଛି ଯେ, ମଦ୍ୟପାନ ଦ୍ବାରା ଅତି କମରେ ୭ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ । ଏଥିରେ ପାଟି କର୍କଟ, ଗଳା କର୍କଟ, ଯକୃତ କର୍କଟ, ଏସୋଫ୍ୟାଗସ୍ କର୍କଟ, ସ୍ତନ କର୍କଟ, କୋଲୋନ୍ କର୍କଟ ଅନ୍ତର୍ଭୁକ୍ତ । ମଦ୍ୟପାନ ହେଉଛି ଏକ ବିଷାକ୍ତ ପଦାର୍ଥ । ଏଥିରେ ଆସବେଷ୍ଟସ ଏବଂ ତମାଖୁ ମଧ୍ୟ ଅନ୍ତର୍ଭୁକ୍ତ । ମଦ୍ୟପାନକାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ମଦ୍ୟପାନର ପ୍ରଥମ ବୁନ୍ଦା ଠାରୁ ଆରମ୍ଭ ହୋଇଥାଏ । କେବଳ ଏତିକି କହିପାରିବା ଆପଣ ଯେତେ ମଦ୍ୟପାନ କରିବେ, ତାହା ସ୍ୱାସ୍ଥ୍ୟ ପାଇଁ ସେତେ ଅଧିକ କ୍ଷତି ଘଟାଇବ ।

Leave a Reply

Your email address will not be published. Required fields are marked *