ଶାଶୁ ବୋହୁ ସମ୍ମିଳନୀ ଅନୁଷ୍ଠିତ ।

ଫୋକସ ପ୍ଲସ୧୮/୧/୨୩ (ଗଞ୍ଜାମ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ଶାଶୁ ବୋହୁ ସମ୍ମିଳନୀ କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ଆଜି କରସିଙ୍ଗି ପଞ୍ଚାୟତ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ସମ୍ମିଳନୀକୁ ସରପଞ୍ଚ ଶ୍ରୀମତୀ ଜ୍ୟୋସ୍ନା ରାଣୀ ବିଶ୍ଵାଳ ଉଦଘାଟନ କରିଥିବାବେଳେ ସମିତିସଭ୍ୟ ଚିକୁ ବାରିକ। ପି. ଓ ବାଳକୃଷ୍ଣ ଜେନା, ମହିଳା ସ୍ୱାସ୍ଥ୍ୟ କର୍ମୀ ମଞ୍ଜରି ଦେଇ ଉପସ୍ଥିତ ରହି ଶାଶୁ ବୋହୁ ମାନଙ୍କୁ ଶିଶୁ ସୁରକ୍ଷା । ଫେମିଲି ପ୍ଳାନିଙ୍ଗ, ଦୁଇଟି ଶିଶୁ ମଧ୍ୟରେ ବ୍ୟବଧାନ, ଭୃଣ ହତ୍ୟା ନକରିବା, ଲିଙ୍ଗ ନିରୂପଣ ନକରିବା ଇତ୍ୟାଦି ବିଷୟରେ ପରାମର୍ଶ ଦେବାସହିତ ଶାଶୁ ବୋହୁ ମଧ୍ୟରେ ସୁସମ୍ପର୍କ ରଖିବା ନିମନ୍ତେ ଉପଦେଶ ଦେଇଥିଲେ। ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ପପିନା ଡାକୁଆ ପ୍ରଥମ, ପ୍ରତିମା ଗୌଡ଼ ଦ୍ୱିତୀୟ,ସବିତା ନାଇକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।ଏହା ଦ୍ୱାରା ଶାଶୁ ବୋହୁ ସଚେତନ ହୋଇ ସୁସ୍ଥ ଓ ସୁଖୀ ପରିବାର ଗଢ଼ିପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *