ଫୋକସ ପ୍ଲସ୧୮/୧/୨୩(ସମ୍ବଲପୁର): ବିଗତ ୨ ବର୍ଷ ଧରି କୋଭିଡ଼ କଟକଣା ଯୋଗୁଁ ଆୟୋଜନ ହୋଇପାରିନଥିବା ସମ୍ବଲପୁର ଲୋକ ମହୋତ୍ସବ ୨୦୨୩ ଗତ ୧୩ ତାରିଖରେ ଆରମ୍ଭ ହୋଇ ୧୮ ତାରିଖର ମଙ୍ଗଳବାର ସନ୍ଧ୍ୟାରେ ଏହା ଉଦଯାପିତ ହୋଇଯାଇଛି । ଓଡିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକାତାର ସହଯୋଗ କ୍ରମେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଏଠାରେ ଏହା ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିଲା । ବିର୍ସ। ମଇଦାନ ( ପିଏଚଡ଼ି ପଡ଼ିଆ) ଠାରେ ଚାଲିଥିବା ଏହି ସାଂସ୍କୃତିକ ମହାକୁମ୍ଭଟି ବିଗତ ବର୍ଷ ଗୁଡିକ ଅପେକ୍ଷା ଏଥର ଅଧିକ ଆକର୍ଷଣୀୟ ହୋଇଥିବା ଦେଖିବାକୁ ମିଳିଥିଲା ।ଏହା ପୂର୍ବରୁ ସମ୍ବଲପୁର ଲୋକ ମହୋତ୍ସବ ତିନିଦିନ ଧରି ଆୟୋଜନ ହେଉଥିବାବେଳେ ଏଥର କିନ୍ତୁ ଏହା ପାଞ୍ଚଦିନ ଧରି ଆୟୋଜନ କରାଯାଇଥିଲା ।ପ୍ରତ୍ୟେକ ସନ୍ଧ୍ୟାରେ ସମ୍ବଲପୁରୀ ଲୋକଗୀତ ଓ ଲୋକ ନୃତ୍ୟ ପରିବେଷଣରୁ କାର୍ଯ୍ୟକ୍ରମଟି ଆରମ୍ଭ ହେଉଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଜିଲ୍ଲା ,ରାଜ୍ୟ ଓ ଦେଶର ବିଭିନ୍ନ ପ୍ରଦେଶର ଲୋକକଳା ଦଳ ସମେତ ଶ୍ରୀଲଙ୍କା ,ନେପାଳ ଭଳି ଦୁଇଟି ଵିଦେଶୀ ରାଷ୍ଟ୍ରର କଳାକାର ମାନେ ଏଥର ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଅନନ୍ୟା ଦାସ ,ମୁଖ୍ୟ ସଂଯୋଜକ ରଞ୍ଜନ କୁମାର ସାହୁ, ଏସଏମସି କମିଶନର ତଥା ମହୋତ୍ସବର ନୋଡ଼ାଲ ଅଧିକାରୀ ପ୍ରଦୀପ କୁମାର ସାହୁ ଓ ଅନ୍ୟ ଉପ । ସମିତି ଗୁଡିକର ଆବାହକ ବୃନ୍ଦ ଏଵଂ ନିମନ୍ତ୍ରିତ ହୋଇ ପହଞ୍ଚି ପାରିଥିବା ମନ୍ତ୍ରୀ,ସାଂସଦ, ବିଧାୟକ ଆଦି ପ୍ରମୁଖ ଅତିଥିମାନଙ୍କ ଉପସ୍ଥିରେ ମହୋତ୍ସବଟିର ଶୁଭ ଉଦଘାଟନ ହୋଇଥିଲା ।