ସାହାଯ୍ୟ ଅପେକ୍ଷାରେ ପୂର୍ବତନ ସରପଞ୍ଚ।

ଫୋକସ ପ୍ଲସ ୧୯/୧/୨୩(ଆଠମଲ୍ଲିକ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୌରାଙ୍ଗ ଚରଣ ଖୁଣ୍ଟିଆଙ୍କ ଦେହ ଅସୁସ୍ଥତା ହେତୁ ବର୍ତ୍ତମାନ ଶଯ୍ୟା ଉପରେ ପଡ଼ିରହିଛନ୍ତି । ସେ ବର୍ତ୍ତମାନ ଚଳିବାକୁ ବହୁତ ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ବର୍ତ୍ତମାନ ଚିକିତ୍ସା ନିମନ୍ତେ କିଛି ଅର୍ଥର ଆବଶ୍ୟକ ପଡୁଅଛି । ତାଙ୍କ ଦେହର ଆଶୁ ଚିକିତ୍ସା ନିମନ୍ତେ ସେ ଜନ ସାଧାରଣଙ୍କ ଠାରୁ କିଛି କିଛି ଆର୍ଥିକ ସାହାଯ୍ୟ ପାଇବା ନିମନ୍ତେ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ତାଙ୍କ ଠାରୁ ସମସ୍ତ ଖବର ପାଇବା ନିମନ୍ତେ ୯୭୭୭୯୩୬୫୩୬ ନମ୍ବରରେ କଲ କଲେ ସମସ୍ତ ଘଟଣା ସମ୍ପର୍କରେ ଜାଣି ପାରିବେ। ସମାଜସେବୀ ପୁର୍ବତନ ସରପଞ୍ଚଙ୍କୁ ଯେଉଁ ବ୍ୟକ୍ତି ସହଯୋଗ କରିବା ନିମନ୍ତେ ଚାହୁଁଛନ୍ତି ତଳ ଲିଖିତ ଫୋନ ପେ ନମ୍ବର,୯୬୯୨୨୭୫୭୨୮ ରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *