ଋଷି ସୁନକଙ୍କୁ ଜରିମାନା |

ଫୋକସ ପ୍ଲସ ୨୧/୧/୨୩(ବ୍ୟୁରୋ):ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଲାଗିଲା ଜରିମାନା । ଲଣ୍ଡନରେ ଘଟିଛି ଏମିତି ଏକ ଘଟଣା। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଚଳନ୍ତା ଗାଡିରେ ଯାଉଥିବା ବେଳେ ସିଟ୍ ବେଲ୍ଟ ପିନ୍ଧିନଥିବା ଯୋଗୁଁ ତାଙ୍କୁ ଇଂଲଣ୍ଡର ଲଙ୍କସାୟାର ପୁଲିସ ୧୦୦ ପାଉଣ୍ଡର ଜରିମାନା ଲଗାଇଛି ।କାରରେ ବସି ଯାଉଥିବା ବେଳେ ସୁନକଙ୍କର ଏକ ଭିଡିଓ ସୁଟ୍ କରାଯାଇଥିଲା ଯେଉଁଥିରେ ସେ ସିଟ୍ ବେଲ୍ଟ ପିନ୍ଧିନଥିବାର ନଜର ଆସିଥିଲେ ।ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଲଙ୍କସାୟାର ପୁଲିସ ସୁନକଙ୍କ ନାଁ ନ ନେଇ ସିଟ୍ ବେଲ୍ଟ ପିନ୍ଧିନଥିବା ଯୋଗୁଁ ଜଣେ ୪୨ବର୍ଷୀୟ ବ୍ୟକ୍ତିଙ୍କ ଉପରେ ଜରିମାନା ଲଗାଯାଇଥିବା ନେଇ ଟ୍ୱିଟ୍ କରିଛି । ତେବେ ସିଟ୍ ବେଲ୍ଟ ପିନ୍ଧିନଥିବା ଯୋଗୁଁ କ୍ଷମା ପ୍ରାର୍ଥନା କରିଥିଲେ ରିଷି ସୁନକ।ଉତ୍ତର-ପଶ୍ଚିମ ଇଂଲଣ୍ଡରେ ଏକ ଗସ୍ତ ବେଳେ ଶହେରୁ ଅଧିକ ସରକାରୀ ଯୋଜନା ସମ୍ପର୍କରେ ସରକାର ଫଣ୍ଡ ଦେବା ନେଇ ଘୋଷଣା ସମ୍ପର୍କରେ ବାର୍ତ୍ତା ଦେଉଥିବା ବେଳେ ସୁନକ ସିଟ୍ ବେଲ୍ଟ ଖୋଲି ଦେଇଥିଲେ । ଫଳରେ ବିରୋଧୀ ଲେବର ପାର୍ଟି ଏହାର ସମାଲୋଚନା କରିଥିଲେ । ତେବେ ପୁଲିସ ଘଟଣାର ଯାଞ୍ଚ କରାଯାଉଥିବା କଥା କହିଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ ତାଙ୍କ ଉପରେ ଜରିମାନା ଲଗାଯାଇଥିବା ନେଇ ଟ୍ୱିଟ୍ କରିଛି । ରିଷି ସୁନକଙ୍କ ଉପରେ ୧୦୦ ପାଉଣ୍ଡର ଜରିମାନା ଲଗାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *