ନାଁ ବାଳିକା ପ୍ରେମିକାକୁ ବାହା ନ ହୋଇପାରି ଚମ୍ପଟ ମାରିଲା ପ୍ରେମିକ |

ଫୋକସ ପ୍ଲସ ୨୧/୧/୨୩(କଟକ): ଘଟଣାଟି ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧୀନରେ |ଗତ କାଲି ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ତ ଅସୁରେଶ୍ୱର ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିରରେ ନାଁ ବାଳିକା ପ୍ରେମିକା ସହ ନୂଆଁ ଗାଁ ଅଞ୍ଚଳର ପ୍ରେମିକ ଲିଟୁ ମଳିକଙ୍କ ସହ ବାହାଘର ର ସମସ୍ତ ବ୍ୟବସ୍ତା ହୋଇ ସାରିଥିଲା | ନାଁ ବାଳିକା ପ୍ରେମିକା ନୁଆଁ ବୋହୁ ରୂପରେ ଓ ପ୍ରେମିକ ଲିଟୁ ବର ରୂପରେ ମନ୍ଦିରରେ ପହଞ୍ଚି ସାରିଥିଲେ | ହେଲେ କଥାରେ ଅଛି ସତ କେବେହେଲେ ଲୁଚି ରହେନି | କୌଣସି ବିଶେଷ ସୁତ୍ରରୁ ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ମନ୍ଦିରରେ ପହଞ୍ଚି ଯାଇଥିଲେ ଓ ଝିଅର ଆଧାରକାର୍ଡ଼ ମାଗିଥିଲେ | ଝିଅର ଆଧାର କାର୍ଡ ଟି ରୁ ସ୍ପଷ୍ଟ ହୋଇଗଲା ଝିଅ ନାବାଳିକା ବୋଲି| କଥା ସ୍ପଷ୍ଟ ହୋଇଯିବ ପରେ କାଉ ବସାରେ ଢମଣା ପଶିଲା ପରି ସମସ୍ତେ ଛତ୍ର ଭଙ୍ଗ ଦେଇ ଚାଲିଯାଇଥିଲେ | ଫଳରେ ପ୍ରେମିକ ଲିଟୁ ଶିଶୁପାଳ ହୋଇ ବାଇକି ପଛରେ ବସି ଫେରାର ହୋଇଯାଇଥିଲେ | ଘଟଣାକୁ ଚବିଶି ଘଣ୍ଟା ବିତିବା ପରେ କଟକ ସିଡବ୍ଲୁଙ୍କ ନିର୍ଦ୍ଦେଶକ୍ରମେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଓ ନିଶ୍ଚିନ୍ତକୋଇଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦଳବଳ ନେଇ କଟିକଟା ପଞ୍ଚାୟତରେ ପହଞ୍ଚି ନାବାଳିକା ଓ ଯୁବକଙ୍କୁ ନପାଇବାରୁ ସ୍ଥାନୀୟ ଶ୍ରୀ ରଘୁନାଥ ମନ୍ଦିରରେ ଖୋଲତାଡ୍ କରି ଫେରିଯାଇଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *