ଫୋକସ ପ୍ଲସ ୨୪/୧/୨୩(ବ୍ୟୁରୋ):ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ସମୁଦ୍ରରେ ବୃଦ୍ଧି ପାଇଲା ଭାରତର ଶକ୍ତି ।ଭାରତୀୟ ନୌସେନାରେ ସାମିଲ ହୋଇଛି ଆଇଏନଏସ ବାଗିର ବୁଡ଼ାଜାହାଜ। ମୁମ୍ବାଇର ନାଭାଲ ଡକୟାର୍ଡରେ ଏହାର ଜଳାବତରଣ କରାଯାଇଛି। ଚିଫ ଅଫ ନାଭାଲ ଷ୍ଟାଫ ଆଡମିରାଲ ଆର.ହରି କୁମାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସ୍ୟାଣ୍ଡଫିଶର ଏକ ପ୍ରଜାତି ଅନୁସାରେ ଏହାର ନାମକରଣ କରାଯାଇଛି। ତେଣୁ ଏହି ବୁଡ଼ାଜାହାଜକୁ ସ୍ୟାଣ୍ଡ ଶାର୍କ ମଧ୍ୟ କୁହାଯାଉଛି। ମାଜଗନ ଡକ ଶିପ ବିଲ୍ଡର୍ସ ଲିଃ କାଲଭେରି ଶ୍ରେଣୀର ଏହି ବୁଡ଼ା ଜାହାଜକୁ ନିର୍ମାଣ କରିଛି। ୨୪ମାସରେ ଭାରତୀୟ ନୌସେନାରେ ବାଗିରକୁ ମିଶାଇ ୩ଟି ବୁଡ଼ାଜାହାଜ ସାମିଲ କରାଗଲାଣି। ୨୦୪୭ ସୁଦ୍ଧା ଭାରତୀୟ ନୌସେନା ସମ୍ପୂର୍ଣ୍ଣ ଭାବେ ଆତ୍ମନିର୍ଭର ହେବ ବୋଲି ହରି କୁମାର କହିଛନ୍ତି।ବାଗିର ଆଇଏନଏସ (ଏସ ୨୫) ହେଉଛି କାଲେଭରି ଶ୍ରେଣୀର ଡିଜେଲ –ଇଲେକ୍ଟ୍ରିକ ଆଟାକ ସବମେରାଇନ। ୧୯୭୩ରୁ ୨୦୦୧ ପର୍ଯ୍ୟନ୍ତ ଭାରତୀୟ ନୌସେନାକୁ ସେବା ଯୋଗାଇଥିବା ଆଇଏନଏସ ବାଗିର (ଏସ୪୧)ର ପରବର୍ତ୍ତୀ ଭର୍ସନ। ସ୍ୟାଣ୍ଡ ଫିଶର ଏକ ପ୍ରଜାତି ଅନୁସାରେ ଏହାର ନାମ ଏପରି ରଖାଯାଇଛି। ୨୦୨୨ ଫେବୃୟାରୀ ୧ରେ ସମୁଦ୍ରରେ ଏହାର ପରୀକ୍ଷଣ ଆରମ୍ଭ ହୋଇଥିଲା। ପୂର୍ବ ବୁଡ଼ା ଜାହାଜ ତୁଳନାରେ ଅଳ୍ପ ସମୟ ମଧ୍ୟରେ ଅସ୍ତ୍ର ଏବଂ ସେନ୍ସର ଟେଷ୍ଟ ସମେତ ଅନ୍ୟ ପ୍ରମୁଖ ପରୀକ୍ଷଣ ସମାପ୍ତ କରିଥିଲା। ଏହା ଘଣ୍ଟାକୁ ୩୭ କିମି ବେଗରେ ଯାଇପାରିବ। ସମୁଦ୍ର ପୃଷ୍ଠରେ ଗୋଟିଏ ଥରରେ ଏହା ୧୨ହଜାର କିମି ପର୍ଯ୍ୟନ୍ତ ଯାତ୍ରା ସମ୍ପୂର୍ଣ୍ଣ କରିପାରିବ। ସମୁଦ୍ର ଭିତରେ ଥରକରେ ଏହା ୧ହଜାର କିଲୋମିଟର ଯାଇପାରିବ। ୩୫୦ ମିଟର ଗଭୀର ପର୍ଯ୍ୟନ୍ତ ଏହା ବୁଡ଼ିପାରିବ। ସମଦ୍ରରେ ଏହା ଲଗାତାର ୫୦ ଦିନ ରହିପାରିବ। ଏହାର ଉପସ୍ଥିତି ଜାଣିବା ମଧ୍ୟ ଶତ୍ରୁପକ୍ଷ ପାଇଁ କଷ୍ଟକର ହେବ। ତେଣୁ ରାଡାର ମଧ୍ୟ ଏହାକୁ ସହଜରେ ଠାବ କରିପାରିବ ନାହିଁ।