ଫୋକସ ପ୍ଲସ 02/02/2023(ବ୍ୟୁରୋ): ଗୁରୁବାର ଯୁବଜାନା ଶମ୍ରିକ ରାଇଥୁ ତେଲେଙ୍ଗାନା ପାର୍ଟି (ୱାଇଏସଟିଆରପି)ର ମୁଖ୍ୟ ୱାଇଏସ ଶର୍ମିଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଜୋତା ବାକ୍ସ ଦେଖାଇ ଚାଲେଞ୍ଜ କରିଛନ୍ତି। ୱାଇଏସ ଶର୍ମିଲା ରାଜ୍ୟରେ ପଦଯାତ୍ରା କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କୁ ପଦଯାତ୍ରା ରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ! ଏହି ଅବସରରେ ଜୋତା ହଳେ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଦେଇଛନ୍ତି । ଏବଂ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଜୋତା ଉପହାର ଦେବା କଥା ଘୋଷଣା କରିଛନ୍ତି। ତେଲେଙ୍ଗାନାରେ ସେ ପଦଯାତ୍ରା ଆରମ୍ଭ କରିବାକୁ ଯାଉଥିବାରୁ କେସିଆର ଯୋଗ ଦେବାକୁ ଆହ୍ୱାନ କରିଛନ୍ତି।
ପୂର୍ବରୁ ବନ୍ଦ ରହିଥିବା ପଦଯାତ୍ରାକୁ ଗୁରୁବାର ଦିନ ସେ ପୁଣି ଥରେ ଆରମ୍ଭ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ୱାଇଏସ ଶର୍ମିଲା ଏହା ମଧ୍ୟ କହିଛନ୍ତି ଯେ,”ମୁଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ମୋ ସହିତ ଚାଲିବାକୁ ଚ୍ୟାଲେଞ୍ଜ କରୁଛି।ଆଉ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ଏହା ହେଉଛି ‘ବଙ୍ଗାରୁ ତେଲେଙ୍ଗାନା’ । ରାଜ୍ୟରେ କୌଣସି ସମସ୍ୟା ନାହିଁ। ତେଣୁ ସେ ମୋ ସହ ପାଦରେ ଚାଲନ୍ତୁ ବୋଲି କହିଛନ୍ତି !