୧୮ କୋଟିର ରମାଦେବୀ ପ୍ରେକ୍ଷାଳୟ

ଫୋକସ ପ୍ଲସ 08/02/2023(ଭୁବନେଶ୍ୱର); ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ବିଶ୍ୱବିଦ୍ୟାଳୟରେ ‘ରମାଦେବୀ ପ୍ରେକ୍ଷାଳୟ’କୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଛାତ୍ରୀମାନଙ୍କୁ ପଚାରିଥିଲେ ନୂଆ ପ୍ରେକ୍ଷାଳୟ ଉଦ୍‌ଘାଟନ ହେଲା ପରେ ଆପଣମାନେ ଖୁସି ତ? ତାପରେ ସେ ମଧ୍ୟ କହିଥିଲେ ମୁଁ ବି ଖୁସି । ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଛାତ୍ରୀମାନେ ଆମେ ବି ଖୁସି ବୋଲି ମଧ୍ୟ କହିଥିଲେ ।

ପ୍ରେକ୍ଷାଳୟରେ ଆସନ୍ତା ୧୦ ତାରିଖରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗଦେବେ ଯାହା ସୂଚନା ମିଳିଛି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା’ ରମାଦେବୀଙ୍କ ନାମରେ ନାମିତ ଏହି ପ୍ରେକ୍ଷାଳୟରେ ୧ହଜାର ଛାତ୍ରୀ ବସିବାର କ୍ଷମତା ରହିଛି । ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପ୍ରେକ୍ଷାଳୟରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ଖଞ୍ଜା ହୋଇଛି! କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ୫ଟି ସଚିବ ଭି କେ ପାଣ୍ଡିଆନ୍‌, ରାଜ୍ୟ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ସମସ୍ତେ ଉପସ୍ଥିତ ଥିଲେ ।

ଅପରାହ୍ଣ ୫ଟା ୪୦ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ୍ୟାମ୍ପସରେ ପହଞ୍ଚିଥିଲେ । ସେଠାରେ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଗଣ ତାଙ୍କୁ ସ୍ୱାଗତ କରିଥିଲେ । ଅନ୍ୟପକ୍ଷରେ ସମାବର୍ତ୍ତନ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ଜଣାପଡିଛି ରହିଛି ।

ତେବେ ଏ ନେଇ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର ଚୌଧୁରୀ ବିଧିବଦ୍ଧ ଭାବେ ସୂଚନା ଦେବେ ବୋଲି ଜଣାପଡିଛି ! ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିକଟରୁ ଖବର ସଂଗ୍ରହ କରିପାରିବେ ବୋଲି କୁଳପତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *