ଫୋକସ ପ୍ଲସ ୮/୨/୨୩(ନର୍ଲା):ପୋଲିସ ନିର୍ଦୋଷ କୁ ଦୋଷୀ ସାବ୍ୟସ୍ତ କରି ଲୋକଙ୍କ ଉପରେ ଅତ୍ୟାଚାର କଲେ କେମିତି ରହିବ ପୋଲିସ ପ୍ରତି ଜନ ସାଧାରଣଙ୍କ ଆଶା ଓ ବିଶ୍ୱାସ l
ଗତ କିଛି ବର୍ଷ ତଳେ ନର୍ଲାରେ ଯେଉଁ ଶାନ୍ତି ଟିକକ ଥିଲା ତାହା ଧିରେ ଧିରେ କମିବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ନର୍ଲା ଥାନାକୁ ଆସିଥିବା କେତେଜଣ ପୋଲିସ ଅଧିକାରୀ ମାନଙ୍କ ପାଇଁ ବର୍ତ୍ତମାନ ନର୍ଲା ଥାନା ବଦନାମ ହେବାରେ ଲାଗିଛି l କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ସଦା ସର୍ବଦା ଚର୍ଚ୍ଚାରେ ରହି ଆସିଛି l ୨୦୦୩ ମସିହାରେ ନର୍ଲା ଥାନାର ଜଣେ ଏ.ଏସ.ଆଇ ତରଣୀସେନ ନାଏକ ଥାନାକୁ ଅଭିଯୋଗ ନେଇ ଆସିଥିବା ଜଣେ ଯୁବତୀଙ୍କୁ ସୁରକ୍ଷାର ପ୍ରତିଶୁତି ଦେଇ ରାତି ଅଧିଆ ନର୍ଲା ଥାନାରୁ ତାଙ୍କ ବାସଭବନକୁ ନେଇ ରାତି ତମାମ ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଘଟଣା ସମଗ୍ର ଭାରତ ବର୍ଷରେ ଚାଞ୍ଚଲ୍ୟ ଖେଳାଇଥିଲା l ନର୍ଲା ଥାନାର ଜଣେ ଦୁଷ୍କର୍ମକାରୀ ଏ.ଏସ. ଆଇ ପାଇଁ ଭାରତ ବର୍ଷରେ ସମଗ୍ର ପୋଲିସ ପ୍ରଶାସନକୁ ଲଜ୍ଜିତ ହେବାକୁ ପଡିଥିଲା l ଏହାର ଫଳ ସ୍ୱରୂପ ସେତେବେଳର ନର୍ଲା ଥାନାରେ ନିୟୋଜିତ ଥିବା ପୋଲିସ କର୍ମଚାରୀ ମାନଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା l ସେତେବେଳେ ନର୍ଲା ଥାନାରେ ନିୟୋଜିତ ରହିଥିବା ସମସ୍ତ ପୋଲିସ କର୍ମଚାରୀ ମାନଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା ଓ ନିସ୍ତୁକ ମାଡ ମଧ୍ୟ ଖାଇବାକୁ ପଡିଥିଲା l ଥାନା ଗାଡ଼ି ଜାଳି ଦେଇ ଭୟାଭୟ ଅଗ୍ନିକାଣ୍ଡ କରାଯାଇଥିବା ଦେଖିବାକୁ ମିଳିଥିଲା l ପରିସ୍ଥିତି ଏଭଳି ଉତ୍ପନ୍ନ ହେଇଥିଲା ଯେ ପୋଲିସ କୁ ଲାଠି ଚାର୍ଜ କରି ସ୍ଥିତି ନିୟନ୍ତ୍ରଣ କରିବାକୁ ପଡିଥିଲା ଏବଂ ନର୍ଲାରେ ଧାରା ୧୪୪ ମଧ୍ୟ ଲାଗୁ କରିବାକୁ ପଡିଥିଲା l କିଛି ଦିନ ପୂର୍ବରୁ ନର୍ଲା ଥାନାରେ ନୂତନ ଆଇ.ଆଇ.ସି ଗଙ୍ଗାଧର ମେହେର ଯୋଗଦାନ ପରେ ପରେ ବର୍ତ୍ତମାନ ନର୍ଲାରେ ଟ୍ରାଫିକ ସମସ୍ୟା ସୁଧୁରି ଥିବା ଏବଂ ଚୋରା ମଦ କାରବାରରେ ନିୟନ୍ତ୍ରଣ ଅଣାଯାଇଥିବା କଥା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା କିଛି ବ୍ୟକ୍ତିଙ୍କ ପାଟିରୁ ବାହାରୁଛି l ବଡ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ଯେ ଏହା ପୋଲିସ ର ଦଲାଲ ସାଜିଥିବା ବ୍ୟକ୍ତି ବିଶେଷଙ୍କ ଚାଟୁ କାରୀତା ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ହେଲେ ମଦ ବ୍ୟବସାୟ ଓ ମଦୁଆ ସଂଖ୍ୟା ନର୍ଲାରେ ଏତେ ପରିମାଣରେ ବଢି ଯାଇଛି ଯେ ସନ୍ଧ୍ୟା ହେଇଗଲେ ନର୍ଲା ଥାନାରୁ ୫ କିଲୋମିଟର ଦୂରତାରେ ଥିବା ରୁପ୍ରାରୋଡ ଏବଂ ବାଲିପଡ଼ା ରୁ ୨.୫ କିଲୋମିଟରେ ଦୂରତାରେ ଥିବା କମେଗାଁରେ ଖୁଲମ ଖୁଲ୍ଲା ଚୋରା ଓ ନକଲି ମଦ ବିକ୍ରି କରାଯାଉଥିବା ନଜର କୁ ଆସୁଛି l ଏହା ବ୍ୟତୀତ ସରିଆଁ, ଗାଡେବନ୍ଧ, ବଡଧାରପୁର, ଶାନ୍ତପୁର, ଭୀମକେଲା, ପଲସାପଡା, କୁସୁମପଡା, ସାଲେପଡା ଆଦି ଅଞ୍ଚଳର ଭିଭିନ ସ୍ଥାନରେ ଖୁଲମ ଖୁଲ୍ଲା ଚୋରା ମଦ ବିକ୍ରି କରାଯାଉଥିବା ନଜର କୁ ଆସୁଛି l ଏହା ବ୍ୟତୀତ ଟ୍ରାଫିକ ସମସ୍ୟାରେ ମଧ୍ୟ ସୁଧାର ଆସିଛି ବୋଲି କିଛି ଚାଟୁକାର ବ୍ୟକ୍ତି କହୁଥିବା ବେଳେ ସପ୍ତାହର ପ୍ରତ୍ୟେକ ରବିବାର ଓ ସୋମବାର ଗାଇ ମହିଷୀ ରାସ୍ତା ଉପରେ ନେବା ବନ୍ଦ କରିବା ପାଇଁ ବିଭିନ ସଂଗଠନ ମାନଙ୍କ ଲିଖିତ ଅଭିଯୋଗ ସତ୍ୱେ ଆଜି ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦୂର କରିବାରେ ପୋଲିସ ବିଫଳ ରହିଥିବା ଦେଖିବାକୁ ମିଳିଛି l ଓଲଟା ଗୋରୁ ମାଫିଆ ଏବଂ ମଦ ମାଫିଆ ମାନଙ୍କ ସହ ପୋଲିସର ସମ୍ପୃକ୍ତିକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଏଥିପାଇଁ ନର୍ଲା ଆଇ.ଆଇ.ସି ଙ୍କୁ କାଠ ଗଢ଼ାରେ ଠିଆ ମଧ୍ୟ ହେବାକୁ ପଡିଛି l ଚୋରା ମଦ କାରବାର ଓ ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ କରିବାରେ ନର୍ଲା ଆଇ.ଆଇ.ସି ଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିବା ଆଲୋଚନା ହେବା କୁହାଯାଉଥିବା ବେଳେ ଗତ ରବିବାର ଦିନ ୧୨ ରୁ ୧ ଟା ମଧ୍ୟରେ ଦୁଇଟି ସଡ଼କ ଦୁର୍ଘଟଣା ନର୍ଲା ରାଜ ରାସ୍ତା ଉପରେ ଘଟିଥିବା ସୂଚନା ମିଳିଛି l ସେ ମଧ୍ୟରୁ ଜଣେ ବ୍ୟକ୍ତି ପ୍ରଚୁର ମଦ୍ୟପାନ କରି ଏକ ୭୦୯ କୁ ପଛ ପଟରୁ ଧକା ଦେଇ ଗୁରୁତ୍ତର ଅବସ୍ଥାରେ ନର୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେଇଥିବା ନର୍ଲା ସରକାରୀ ଚିକିତ୍ସାଳୟର ଅଧିକାରୀ ଡ଼କ୍ଟର ଗୋଛାୟତଙ୍କ ପାଖରୁ ସୂଚନା ମିଳିଥିଲା l ନିକଟରେ ନର୍ଲାର ମନ ସାହୁଙ୍କ ସିଲଭର୍ ରଙ୍ଗର ରୋୟାଲ ଏନଫିଲ୍ଲଡ ଓଡ଼ି ୦୫ ଏ.ଏସ ୬୮୩୯ ମୋଟର ସାଇକେଲ ଚୋରି ହେଇ ଆଜକୁ ୨୨ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଏହାର ସୁରାଗ ଲଗାଇବାରେ ବିଫଳ ରହିଛି l ଏହା ପୂର୍ବରୁ ଗୌତମ ଚିନ୍ଦା କମ୍ପ୍ଲେକ୍ସ ସମ୍ମୁଖରୁ ନର୍ଲାର ଟିଟୁ ଚାନ୍ଦଙ୍କ ହୋଣ୍ଡା ୟୁନିକନ ମୋଟର ସାଇକେଲ ଚୋରି ଘଟଣା , ସମୀର ଗନ୍ତାୟତ ଘର ଚୋରୀ, କୁନା ଦାସଙ୍କ ବାଇକ ଚୋରି, ରୁପ୍ରାରୋଡ ରତନ ଅଗ୍ରୱାଲ ଙ୍କ ଘର ଚୋରି, ଜିତୁ ଅଗ୍ରୱାଲଙ୍କ ଗୋଦାମ ରେ ଅଗ୍ନି କାଣ୍ଡ ଘଟଣା, ପିପଲପଦର କେନାଲ ହୁଡରେ ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ, ଶ୍ରୀକିଶନ ଅଗ୍ରୱାଲଙ୍କ ମଡର ମିଷ୍ଟ୍ରି, ଅଶୁରଗଡ଼ ଛକରେ ମାଓ ପୋଷ୍ଟର ଉପରୁ ଆଜି ପର୍ଯ୍ୟନ୍ତ ପରଦା ଉଠେଇବାରେ ନର୍ଲା ପୋଲିସ ବିଫଳ ରହିଛି l ଏଭଳି ପରିସ୍ଥିତିରେ ବୁଦ୍ଧିଜୀବୀ ମହଲରେ କିଛି ଚାଟୁକାର ନର୍ଲା ଆଇଆଇସିଙ୍କ ଚାଟୁକାରିତା କରିବା ଓ ପ୍ରଶଂସା ଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରୁଛି l