କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲ କାମରେ ମହା ଦୁର୍ନୀତି।

ଫୋକସ ପ୍ଲସ 10/02/2023( କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅଧୀନସ୍ଥ ଜୋରାଡୋବ୍ରା ଛକର ଛାତି ଉପରେ ବର୍ତମାନ ନୂତନ ଭାବେ ନିର୍ମାଣ କରାଯାଉଥିବା କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲ କାମରେ ମହା ଦୁର୍ନୀତି କରାଯାଉଥିବା ଅଭିଯୋଗ ସାମ୍ନା କୁ ଆସିଛି l ବିନା ସୂଚନା ଫଳକରେ ନିର୍ମାଣ କରାଯାଉଥିବା ଉକ୍ତ ହଷ୍ଟେଲ କାର୍ଯ୍ୟରେ ଅତି ରୁ ଅତି ନିମ୍ନ ମାନର ଇଟା ଓ ବାଲି ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି l ତରବରିଆ ଭାବରେ କଞ୍ଚା ଇଟା ଆଣି ହଷ୍ଟେଲ ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଛି ତ ସରକାରୀ କାମରେ ବ୍ୟବହାର ହେଉଥିବା ବାଲିର ମାନ ପ୍ରଥମେ ପରୀକ୍ଷଣ କରାଯାଇଥାଏ l ତାହା ମଧ୍ୟ ପରୀକ୍ଷଣ କରାଯାଇନଥିବା ଅଭିଯୋଗ ହେଉଛି l ଜଦି ହଷ୍ଟେଲ କାମରେ ବ୍ୟବହାର ହେଉଥିବା ବାଲି ଉପଯୋଗୀ ତାହେଲେ ଟେଷ୍ଟିଙ୍ଗ ରିପୋର୍ଟ ସର୍ବସାଧାରଣଙ୍କ ସମୁଖରେ ରଖାଯାଉ ବୋଲି ଲୋକେ ଦାବି କରୁଛନ୍ତି l ଏହା ବ୍ୟତୀତ ବାଲି ସିମେଣ୍ଟର ଭାଗ ମାପ ମଧ୍ୟ ଠିକ ଢଙ୍ଗରେ କରା ଯାଉନଥିବା ଅଭିଯୋଗ ହେଉଛି l ନିର୍ମାଣ ସାରିଥିବା ପିଲର ଏବଂ କାନ୍ଥ ମାନଙ୍କରେ ଜମାରୁ ପାଣି ଦିଆ ଯାଉ ନ ଥିବା ମଧ୍ୟ ଅଭିଯୋଗ ହେଉଛି l ଫଳରେ ନିର୍ମାଣଧୀନ ସମସ୍ତ ପିଲର ମାନଙ୍କରେ ଫାଟ ସୃଷ୍ଟି ହେଇ ସାରିଲାଣି l ପିଲର ମାନଙ୍କୁ ଲାଗି ଇଟା ଯୋଡ଼େଇ କାମ ବାବଦରେ ତ ନ କହିବା ଭଲ l ଅଳ୍ପ ପବନରେ ମଧ୍ୟ କାନ୍ଥ ସବୁ ଝୁଲିବାରେ ଲାଗୁଛି l ବାଳିକା ମାନଙ୍କ ପାଇଁ ଏତେବଡ କୋଠା ଗୃହ ଜୋରାଡୋବ୍ରା ଛକର ରାସ୍ତା କଡରେ ନିର୍ମାଣ କରାଯାଉଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ପଡି ପାରୁନି କିଭଳି? ସୂଚନା ମୁତାବକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମାଣ କରାଯାଉଥିବା ଉକ୍ତ କୋଠା ଘରର ଟେଣ୍ଡର କର୍ଲାମୁଣ୍ଡାର ଭୁବନ ବିହାରୀ ସିଂ ନାମକ ଜଣେ ଠିକାଦାର କାମ ପାଇଛନ୍ତି । ହେଲେ ଠିକା କାର୍ଯ୍ୟ ସ୍ଥାନୀୟ ଏକ ଦଲାଲ ହାତକୁ ଟେକି ଦେଇଥିବା ଶୁଣିବାକୁ ମିଳୁଛି l ଉକ୍ତ ଦଲାଲ ଜଣକ ସ୍ଥାନୀୟ ଲୋକଙ୍କୁ କୁଆଡେ ଜଣେ ସାମ୍ବାଦିକ ପରିଚୟ ଦେଇ ଏକଛତ୍ରବାଦ ଠିକା କରିଚାଲିଛି l ୧୦୦ ଶଯ୍ୟା ସଂଖ୍ୟା ବିଶିଷ୍ଟ ଉକ୍ତ ବାଳିକା ହଷ୍ଟେଲ କାର୍ଯ୍ୟରେ ଆହୁରି ଅନେକ ଦୁର୍ନୀତି କରାଯାଇଥିବା ନଜରକୁ ଆସିଛି । ଏବଂ ପ୍ରଶାସନ ଆଖିରେ ଧୂଳି ଦେଇ ଦିବାଲୋକରେ ଲକ୍ଷାଧିକ ଟଙ୍କାର ଲୁଟ କରିନେଇଥିବା ଅଭିଯୋଗ ମଧ୍ୟ ହେଉଛି l ବାଳିକା ହଷ୍ଟେଲ ଗୃହ ନିର୍ମାଣ କରିବା ନାଁ ରେ ଏହି ଦଲାଲ କୋଟି କୋଟି ଟଙ୍କାର ସରକାରୀ ଅର୍ଥକୁ ଆତ୍ମସାତ କରିନେଇଥିବା ଖବର ଯେତେବେଳେ ଫୋକସ ପ୍ଲସରେ ବାରମ୍ବାର ଖବର ପ୍ରସାରଣ କରାଗଲା ଏବଂ ଏ ଦଲାଲର ଅସଲ ମୁଖା ଲୋକଙ୍କ ସମୁଖରେ ଖୋଲି ଦିଆଗଲା ସେତେବେଳେ ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ଏ ଦଲାଲ ଜଣକ ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ବ୍ୟବହାର କରୁଛି l ଫେସବୁକରେ ଲାଇଭ ଆଶି ଅନେକ ସଫେଇ ଦେଉଛି l ତେବେ ଏ ଦଲାଲ ଆହୁରି ଅନେକ ସ୍ଥାନରେ ଏଭଳି କିଛି ଠିକା ସଂସ୍ଥାର ମାଲିକ ମାନଙ୍କ ସହ ହାତ ମିଳେଇ ଅନେକ ଦୁର୍ନୀତି କରିଛି ବୋଲି ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି l କଳାହାଣ୍ଡି ଜିଲ୍ଲାପାଳ ଏ ଦଲାଲ ଦ୍ୱାରା କରାଯାଇଥିବା ସମସ୍ତ ଠିକା କାମର ଯାଞ୍ଚ କରେଇ ଏହାର ଅସଲ ମୁଖା ଲୋକଙ୍କ ସାମ୍ନାକୁ ଆଣନ୍ତୁ ବୋଲି ସାଧାରଣ ରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *