ପୁଣି ବିବାହ ବନ୍ଧନରେ ବାନ୍ଧିହେବେ ନତାଶା-ହାର୍ଦ୍ଦିକ, ଉଦୟପୁରରେ ନେବେ ସାତ ଫେରା

ଫୋକସ ପ୍ଲସ 13/2/23(ବ୍ୟୁରୋ): ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ । ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ବର୍ତ୍ତମାନ ଦୁହିଁଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ତାଙ୍କ ଫ୍ୟାନ୍ସ ଫଲୋର୍ସ ସଂଖ୍ୟା ଖୁବ୍‌ ଅଧିକ। ହେଲେ ବର୍ତ୍ତମାନ ପୁଣି ଥରେ ନତାଶା-ହାର୍ଦ୍ଦିକ ଚର୍ଚ୍ଚାର ଅଛନ୍ତି। କୁହାଯାଉଛି ଯେ ଦୁହେଁ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ଶୁଣି ତାଙ୍କ ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି। କରୋନା ସମୟରେ ନତାଶା ଏବଂ ହାର୍ଦ୍ଦିକ କୋର୍ଟରେ ବିବାହ କରିଥିଲେ। ସେମାନଙ୍କ ବିବାହ ଖବର ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହା ପରେ ଦୁହିଁଙ୍କର ପୁଅ ଅଗସ୍ତ୍ୟ ପାଣ୍ଡ୍ୟା ଜନ୍ମ ହୋଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଉଭୟ ଏକ ଗ୍ରାଣ୍ଡ ବିବାହ କରିବାକୁ ଯାଉଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ୧୪ ଫେବୃଆରୀ ୨୦୨୩ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ,ରେ ନତାଶା ଏବଂ ହାର୍ଦ୍ଦିକ ରାଜସ୍ଥାନର ଉଦୟପୁରରେ ସାତ ଫେରା ନେବେ। ଖବର ଅନୁଯାୟୀ, ନତାଶା ଏବଂ ହାର୍ଦ୍ଦିକ ବିବାହ ପାଇଁ ଉଦୟପୁର ଯାଇଛନ୍ତି। ଦୁହିଁଙ୍କର ବିବାହର ପୂର୍ବ କାର୍ଯ୍ୟ ଫେବୃଆରୀ ୧୩ରୁ ଆରମ୍ଭ ହେବ । ହଳଦୀ, ମେହେନ୍ଦୀ ଏବଂ ସଂଗୀତର ସମସ୍ତ ପ୍ରି-ୱେଡିଂ କାର୍ଯ୍ୟଗୁଡ଼ିକ କରାଯିବ । ହେଲେ ବିବାହ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ। କହିବାକୁ ଗଲେ ଯେ ୩୧ ମେ ୨୦୨୦ରେ ଉଭୟଙ୍କର ଏକ ସରଳ ବିବାହ ହୋଇଥିଲା । ଏଭଳି ପରିସ୍ଥିତିରେ କପଲ ଏକ ବଡ ତଥା ଗ୍ରାଣ୍ଡ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି।

Leave a Reply

Your email address will not be published. Required fields are marked *