ବିରଳ ପ୍ରଜାପତିର ଦୃଶ୍ୟମାନ

ଫୋକସ ପ୍ଲସ 21/2/23( ବ୍ୟୁରୋ):ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବେତଣ୍ଡା ଗ୍ରାମର ଜଗନ୍ନାଥ ମଠରେ ଦେଖିବାକୁ ମିଳିଛି ବିରଳ ପ୍ରଜାପତି । ଏହି ପ୍ରଜାପତି ପିଠିରେ ଅବିକଳ ମହାପ୍ରଭୁ ଜଗନ୍ନାଥ ରୂପ ଦେଖିବାକୁ ମିଳିଛି । ଗତ କାଲି ଜଣେ ଗ୍ରାମର ଯୁବକ ପ୍ରତିଦିନ ଭଳି ଜଗନ୍ନାଥ ମଠକୁ ଯାଇଥିଲେ ।ମନ୍ଦିର ପରିସରରେ ଥିବା ଲିମ୍ବଗଛରେ ଏକ ପ୍ରଜାପତି ଦେଖିଥିଲେ ସେଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଥିବା ଦେଖିବାକୁ ପାଇଥିଲେ ।

ଏହାକୁ ଦେଖି ମନ୍ଦିର ପୂଜକଙ୍କ ସମେତ ଗ୍ରାମ ବାସୀଙ୍କୁ ଜଣାଇଥିଲେ ।ଏଭଳି ଘଟଣା ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ବେସ୍ ଭିଡ ଜମିବା ସହ ଗ୍ରାମବାସୀ ମାନେ ପ୍ରଜାପତିକୁ ପୂର୍ଜାର୍ଚନାକରିଥିଲେ । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l

Leave a Reply

Your email address will not be published. Required fields are marked *