ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ

ଫୋକସ ପ୍ଲସ 21/2/23( ବ୍ୟୁରୋ):ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ |ଭାଷା, ସାଂସ୍କୃତିକ ବିବିଧତା ଏବଂ ବହୁଭାଷୀତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୨୧ ଫେବୃଆରୀରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ। | ଆଜିର ସମାଜରେ ଯୁବପିଢ଼ି ଧୀରେ ଧୀରେ ଆମ ମାତୃଭାଷାକୁ ଭୁଲି ଯାଉଛନ୍ତି | ଅଣଓଡ଼ିଆ ଲୋକଙ୍କ ଚାଲି ଚଳଣିକୁ ଆପଣାଇ ନିଜ ଭାଷା କହିବାକୁ ଅମଙ୍ଗ ମଣୁଛନ୍ତି |ଆଜି କାଲିର ଯୁବପିଢ଼ି ଭୁଲି ଯାଉଛନ୍ତି ଯେ ମାତୃଭାଷା ଦ୍ଵାରା ହିଁ ଆମର ଜାତି ବଂଚି ରହିଛି | ଆଉ ଏ ଓଡ଼ିଆ ଜାତି ଦ୍ଵାରା ହିଁ ଆମେ ସବୁଠି ପରିଚିତ ହୋଇପାରିଛେ |ଏହି ଅନ୍ତର୍ଜାତୀୟ ମାତୃଭାଷାକୁ ଲୋକେ ପାଳନ ତ କରୁଛନ୍ତି କିନ୍ତୁ କେହି ସଠିକ ଢଙ୍ଗରେ ପାଳୁଥିବା ଦେଖିବାକୁ ମିଳୁନାହିଁ |

ଆଜି କାଲିର ସୋସିଆଲ ମିଡିଆ ଯୁଗରେ ଲୋକ ଦେଖାଣିଆ ମାତୃଭାଷାରେ ଖାଲି ଦୁଇ ପାଦ ଲେଖି ଦେଇ ଶୁଭେଚ୍ଛା ଜଣାଇ ଦେଉଛନ୍ତି କିନ୍ତୁ ପ୍ରକୃତରେ ନିଜ ମାତୃଭାଷା ଓଡ଼ିଆ ପ୍ରତି ପ୍ରେମ ଭାବ ଏମିତି କିଛି ଓଡିଆ ପ୍ରେମୀଙ୍କୁ ଛାଡିଦେଲେ ଆଉ କାହାରି ଠାରେ ଦେଖିବାକୁ ମଧ୍ୟ ମିଳୁନି | ଏହି ଦିନ କର୍ମଶାଳା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱର ଲୋକମାନେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରନ୍ତି, ଯାହା ଦ୍ୱାରା ମାତୃଭାଷାର ମହତ୍ତ୍ୱ ନିର୍ଣ୍ଣୟ କରାଯାଇପାରିବ | ଭାଷା ଯାହା ଏକ ଶିଶୁ ତା’ ମା’ଠାରୁ ଶିଖିଥାଏ। ଏକ ଶିଶୁ ତା’ର ବାପାମା’ ଠାରୁ ଶିଖୁଥିବା ପ୍ରଥମ ଭାଷା ହେଉଛି ମାତୃଭାଷା। ଏହା ବ୍ୟତୀତ ଜଣେ ନିଜ ପୂର୍ବଜଙ୍କ ଠାରୁ ଶିଖିଥିବା ଭାଷା ମଧ୍ୟ ମାତୃଭାଷା ହୋଇଥାଏ। ଏହା ହୋଇପାରେ ଯେ ନିଜର ମାତୃଭାଷା ନିଜ ରାଜ୍ୟ ଭାଷା କିମ୍ବା ଆଞ୍ଚଳିକ ଭାଷାଠାରୁ ଭିନ୍ନ ହୋଇପାରେ। କିନ୍ତୁ ମୁଖ୍ୟ ମାତୃଭାଷା ସର୍ବଦା ତାହା ହୋଇଥାଏ ଯାହା ପରିବାର ସଦସ୍ୟ ମାନଙ୍କ ଦ୍ୱରା ବ୍ୟବହୃତ ହୁଏ |

ଭାରତରେ ଅନ୍ତର୍ଜାତୀୟ ମାତୃଭାଷା ଦିବସର କଣ ରହିଛି ଗୁରୁତ୍ୱ ଜାଣନ୍ତୁ _ଅନ୍ତର୍ଜାତୀୟ ମାତୃଭାଷା ଦିବସ ପ୍ରସଙ୍ଗରେ ଭାରତର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ | କାରଣ ଭାରତ ଏକ ବହୁଭାଷୀ ରାଷ୍ଟ୍ର ହୋଇଥିବାରୁ ମାତୃଭାଷା ପ୍ରତି ଭାରତର ଦାୟିତ୍ୱ ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ଅପେକ୍ଷା ଭାରତରେ ଦ୍ୱିଭାଷୀ ଏବଂ ବହୁଭାଷୀ ଅଧିକ ପ୍ରଚଳିତ। ଭାରତରେ ମାତୃଭାଷାକୁ ନେଇ ବିବାଦ ସବୁବେଳେ ଲାଗି ରହିଛି। ବିଶେଷକରି ସରକାରୀ ଭାଷା ହିନ୍ଦୀ ଏବଂ ଦେଶର ଅନ୍ୟାନ୍ୟ ଭାଷା ମଧ୍ୟରେ ଭାଷା ବିବାଦ ଜାରି ରହିଛି।
ଅଣ-ହିନ୍ଦୀ ଭାଷାଭାଷୀ ଲୋକଙ୍କ ଦ୍ୱାରା ସର୍ବଦା ଅଭିଯୋଗ ଆସେ ଯେ ସେମାନଙ୍କ ଉପରେ ହିନ୍ଦୀ ଲଦି ଦିଆଯାଉଛି।

ଏଥି ସହିତ, ହିନ୍ଦୀ ଭାଷା ମଧ୍ୟ ଦେଶର ଅନ୍ୟ ଭାଷାକୁ ଶିଖିବା ନେଇ କୌଣସି ପ୍ରବୃତ୍ତି ଦେଖାଏ ନାହିଁ କି ଏହା ପ୍ରତି କୌଣସି ଭାବନା ଦେଖାଏ ନାହିଁ। ଯଦି ଏମିତି ହୋଇପାରେ ତେବେ ଭାରତୀୟ ଭାଷାର ଲୋକଙ୍କ ମଧ୍ୟରେ ଶତ୍ରୁତା ଦୂର ହୋଇପାରିବ। ଅନ୍ୟ ଏକ ପକ୍ଷରେ ଦେଖାଯାଏ ଯେ ଆମ ରାଜ୍ୟ ଓଡ଼ିଶାରେ ସରକାରୀ ଫଳକ ହେଉ କିମ୍ୱା ଅନ୍ୟ କିଛି ବୋର୍ଡ ସେଠାରେ ଓଡ଼ିଆ ଭାଷାରେ ନ ଲେଖାଯାଇ ଇଂରାଜୀରେ ଲେଖା ହୋଇଥିବା ଦେଖିବାକୁ ମିଳିଥାଏ |ଏଥିରେ ସରକାରୀ କ୍ଷେତ୍ରରେ ଅନେକ ବାଧା ମଧ୍ୟ ଉପୁଜେ | ଯାହା ଫଳରେ ଲୋକଙ୍କ କ୍ଷେତ୍ରରେ ବିଭିନ ଅସୁବିଧା ମଧ୍ୟ ସୃଷ୍ଟି ହୋଇଥାଏ | କିନ୍ତୁ ଏଥିପ୍ରତି କେହି ସଜାଗ ନଥାନ୍ତି ଏବଂ ଅଣଦେଖା କରିଥାନ୍ତି | ତେବେ ସରକାରୀ କ୍ଷେତ୍ରରେ ଓଡ଼ିଆ ଭାଷାକୁ ମଧ୍ୟ ସଠିକ ରୂପରେ କାର୍ଯ୍ୟକାରୀ ହୋଇ ମାନ୍ୟତା ଦେବାକୁ ବୁଢ଼ୀ ଯିବି ମହଲରେ ଖୁବ ଚର୍ଚା ହେଉଛି | ସାଧାରଣ ଲୋକ ଟିଏ ସରକାରୀ କାର୍ଯ୍ୟାଳୟ କ୍ଷେତରେ ଆଉ ଅସୁବିଧାର ସମ୍ମୁଖୀନ ନ ହେବାକୁ ଗୁରୁତ୍ୱ ଦିଆଯାଉଛି |

Leave a Reply

Your email address will not be published. Required fields are marked *