ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁଁ ଆଙ୍ଗୁଠି ହରାଇଲେ ଛାତ୍ର

ଫୋକସ ପ୍ଲସ 23/2/23(ବାଲେଶ୍ୱର):ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁଁ ଆଙ୍ଗୁଠି ହରାଇଲେ ତୃତୀୟ ଶ୍ରେଣୀ ଛାତ୍ର l ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବେଲଗାଁ କାଗଲପଡା ପ୍ରାଥମିକ ବିଦ୍ୟାଳୟରେ lଗତ ଜାନୁୟାରୀ ମାସ ୨୮ ତାରିଖ ରେ ଏହି ବିଦ୍ୟାଳୟର ଦୁଇଜଣ ତୃତୀୟ ଶ୍ରେଣୀ ଛାତ୍ର ସ୍କୁଲକୁ ଆସି ପାଠ ପଢୁଥିବା ସମୟରେ‌ ସ୍କୁଲରୁ ବାହାରି ଏକ କଟୁରି ଆଣି ବାଉଁଶ ବାଡ଼ି କାଟିବା ପାଇଁ ଯାଇଥିଲେ l ବାଡ଼ି କାଟୁଟାଟୁ ସତ୍ୟମ ମାଝି ନାମକ ଜଣେ ପିଲାର ବାମ ହାତର ଆଙ୍ଗୁଠି କଟି ଦୁଇଖଣ୍ଡ ହୋଇ ଖସି ପଡିଥିଲା l

ତେବେ ପିଲାଟି ଭୟରେ କାହାକୁ କିଛି ନଜଣାଇ ଘରକୁ ପଳାଇ ଆସିଥିଲା l ଏମିତିକି ପରିବାର ଲୋକଙ୍କୁ ମଧ୍ୟ ଭୟରେ ଜଣାଇ ନଥିଲା ପରିବାର ଲୋକେ ଜାଣିବା ପରେ ପ୍ରାଥମିକ ଚିକିତ୍ସା କରାଇ ସ୍କୁଲର ଶିକ୍ଷୟତ୍ରୀ ଙ୍କୁ ଜଣାଇଥିଲେ l ଶିକ୍ଷୟତ୍ରୀ କୈାଣସି କଥା ନ ବୁଝିବାରୁ ସିଆରସିସି ଏବଂ ବିଇଓଙ୍କୁ ଜଣାଇଥିଲେ l ତେବେ ସିଆରସିସି ପିଲାର ପରିବାର ଲୋକଙ୍କୁ ଭେଟି ମାତ୍ର ୫ ଶହ ଟଙ୍କା କ୍ଷତିପୂରଣ ଦେଉଥିଲେ କିନ୍ତୁ ପରିବାର ଲୋକେ ଏହି ଅର୍ଥ ନେଇ ନାହାନ୍ତି l ତେବେ ଆଙ୍ଗୁଠିଟି ସମ୍ପୁର୍ଣ ଦୁଇଖଣ୍ଡ ହୋଇ ଯାଇଥିବା ବେଳେ ଏହାର ଅସ୍ତ୍ରୋପଚାର କରିବାର ଆବଶ୍ୟକତା ରହିଛି କିନ୍ତୁ ଏଦିଗରେ କୈାଣସି ପଦକ୍ଷେପ ନନେଇ ଚୁପ୍ ବସିଛନ୍ତି ଶିକ୍ଷକ ଶିକ୍ଷାଧିକାରୀ ଏବଂ ସ୍କୁଲ ମେନେଜିଂ କମିଟି l

ପିଲାର ପରିବାର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ପରଘର ଛେଳି ଚରାଇ ପରିବାର ପ୍ରତିପୋଷଣ କରନ୍ତି l ତେବେ ପିଲାର ସ୍ବାସ୍ଥ୍ୟାବସ୍ଥା ଧିରେ ଧିରେ ଖରାପ ହେଉଥିବାରୁ ତାର ଚିକିତ୍ସା କରାଇବା ସହିତ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ,ତେବେ ଏନେଇ ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ଏତେ ପିଲାଙ୍କ ଦାୟିତ୍ଵ ନେବା ମୋ ପକ୍ଷରେ ସମ୍ଭବ ନୁହେଁ ବୋଲି କହିଛନ୍ତି l

Leave a Reply

Your email address will not be published. Required fields are marked *