ଫୋକସ ପ୍ଲସ 24/2/23(ଖୋର୍ଦ୍ଧା): କେଉଁ ଜନ୍ମରେ କେଉଁ ପାପ କରିଥିଲୁ କେଜାଣି ଭଗବାନ ଆମ ପରିବାରର ସମସ୍ତଙ୍କୁ ଜନ୍ମରୁ କରିଦେଲେ ଅନ୍ଧ । ହେ….ଭଗବାନ ସବୁ ଦୁଃଖତ ଦେଲ ଆଉ କଣ ଅଛିଯେ ଆମେ ବଞ୍ଚିବୁ , କାହିଁକି ଏତେ ଦାଉ ସାଜୁଛ କଣ ଦୋଷ ଥିଲା ଆମର । ଏ ଜନ୍ମରେ ପାପ ସରିବ କି ନାହିଁ ସେକଥା ଆମକୁ ରହିଛି ଅଜଣା । ଏମିତି ଏକ ପରିବାର ଅଛି ଯାହା ଆପଣ ଶୁଣିଲେ ଚକିତ ହୋଇଯିବେ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସାନ ନଈରୀ ଗ୍ରାମରେ ଅଛି ଏକ ପରିବାର,ଏହି ପରିବାରରେ ମୋଟ ଆଠ ଜଣ ସଦସ୍ୟ ଭିତରୁ ପାଞ୍ଚ ଜଣ ଭିନ୍ନକ୍ଷମ କେହି ଦୁନିଆକୁ ଆଖିରେ ଦେଖି ପାରୁ ନାହାଁନ୍ତି।
ବର୍ଷ ବର୍ଷ ଧରି କେମିତି ଚଳୁଛନ୍ତି କେହି ଦିନେ ଆଜି ପର୍ଯ୍ୟନ୍ତ ବୁଝିବି ନାହାଁନ୍ତି , ଗ୍ରାମରେ ଅଛନ୍ତି ଅନେକ ନେତା ଓ ସରପଞ୍ଚ , କିନ୍ତୁ କେବଳ ଭୋଟ ସମୟ ପାଇଁ, ଆଉ ବାକି ବର୍ଷ ବର୍ଷ ଆମେ କେବଳ ଭିକ ମାଗି ଚଳିବା କଥା, ଭିକ ମିଳିଲେ ଖାଇବୁ ମୁଠେ ନହେଲେ ନାହିଁ। ଏହି ଅସହାୟ ପରିବାର କଥା ଆମ focus plus ପ୍ରତିନିଧି ସୁଧୀର କୁମାର ବେହେରାଙ୍କ ଠାରୁ ଶୁଣି ଆଗେଇ ଆସିଲେ ଦୁଇ ନାରୀ ନେତ୍ରୀ,ଏହି ଦୁଇ ନାରୀ ନେତ୍ରୀ କ୍ୟାମେରା ସାମ୍ମାନାକୁ ଆସିବାକୁ ଇଛା ପ୍ରକାଶ କରି ନଥିଲେ। କିନ୍ତୁ ବାସ୍ତବରେ ଏହି ନିରୀହ ପରିବାରଙ୍କୁ ସହାୟତା ମିଳିବା ପାଇଁ ଆଜି ସାମ୍ମାନାକୁ ଆସିଛନ୍ତି ଦୁଇ ନାରୀ ନେତ୍ରୀ ।
ଅନେକ ଗରିବଙ୍କୁ ସହାୟତାର ହାତ ବଡ଼ାଇ ଥିବା ଦୁଇ ନାରୀ ନେତ୍ରୀ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆୟତପୁର ପଞ୍ଚାୟତର ମହିଳା ସଂଘଠିକା ବିଷ୍ଣୁପ୍ରିୟା ଜଗଦେଵ ରାୟ ଓ ନାଚୁଣି ଗ୍ରାମର କଳ୍ପନା ସେଣ୍ । ଆଜି ଅନେକ ରାସନ ସାମଗ୍ରୀ ଶହ ଜାମା ଜୋତା ଓ ନିଧି ପ୍ରଦାନ କରି ପରିବାରଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଯଦି ଆପଣ ଏହି ପରିବାରକୁ କୌଣସି ସହାୟତା ପାଇଁ ଚାଂହୁଁଛନ୍ତି ତାହା ହେଲେ ଏହି ଫୋନ ନଂ ରେ ଯୋଗାଯୋଗ କରି ଆପଣ ସାହାଯ୍ୟ କରିପାରିବେ ।
ସାହାଯ୍ୟ କରିବା ପାଇଁ ଚାହୁଁଥିଲେ ଯୋଗାଯୋଗ କରନ୍ତୁ ଭିନ୍ନକ୍ଷମ ପରିବାରଙ୍କ ନଂ-7377058009