ଗାଡିର ବନେଟ୍ ଭିତରେ ଲୁଚି ରହିଥିଲା ବିରାଟ ବଡ କୋବ୍ରା

ଫୋକସ ପ୍ଲସ 26/2/23(ବ୍ୟୁରୋ): ୯ ଫୁଟର ବିରାଟ ବଡ ଅଜଗର ଗାଡିର ବନେଟ ଭିତରେ ଲୁଚି ରହିଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | ଏହି ଅଜଗରଟିକୁ ଯିଏ ବି ଦେଖିବ ସେ ଡରିଯିବା ଥୟ | ତେବେ ଏହି ଭିଡିଓଟି ରେ କାରର ଇଞ୍ଜିନ୍ ଭିତରେ ଏକ ବିରାଟ କୋବ୍ରା ସାପ ଗୁଡାଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ ହେବାପରେ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଛି। ଏହା ଭିତରୁ କିଛି ସତ ଥାଏ ତ ଆଉ କିଛି ମିଛ। କିନ୍ତୁ ବେଳେବେଳେ ଏପରି ସତ ଘଟଣା ସମ୍ନାକୁ ଆସେ ଯାହାକୁ ହୁଏତ କେହି କେବେ କଳ୍ପନା କରି ନଥିବେ। ଆପଣ ତ ଜାଣିଛନ୍ତି ସାପ ପୃଥିବୀର ସବୁଠାରୁ ଭୟଙ୍କର ସରୀସୃପମାନଙ୍କ ମଧ୍ୟରୁ ଅନ୍ୟତମ ।

ତେବେ ଏହି ସାପ ମାନେ ବିଭିନ୍ନ ସମୟରେ ଲୁଚି ରହିଥାନ୍ତି। ସବୁବେଳେ ନିଜ ଶିକାରକୁ ଦ୍ୱନ୍ଦରେ ପକାଇବାର ଅନନ୍ୟ କ୍ଷମତା ଏମାନଙ୍କ ପାଖରେ ରହିଛି ।ନିକଟରେ ଏମିତି ଏକ ଭିଡିଓ ଅନଲାଇନରେ ଭାଇରାଲ୍ ହୋଇଥିଲା ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଭିଡିଓଟିରେ ଏକ କାରର ଇଞ୍ଜିନ୍ ଭିତରେ ଏକ ବିରାଟ କୋବ୍ରା ସାପ ଗୁଡାଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓଟି ଖୁବ ଭାଇରାଲ ମଧ୍ୟ ହୋଇଥିଲା |ଗତ ଫେବୃଆରୀ ୫ ତାରିଖରେ ଥାଇଲ୍ୟାଣ୍ଡର ସୋଙ୍ଗଖଲା ପ୍ରଭାଇନ୍ସରେ ଏହି ଭିଡିଓ ସୁଟିଂ କରାଯାଇଥିଲା।

ଭିଡିଓରେ, ନଅ ଫୁଟର ସାପ ଗାଡିର ବନେଟ୍ ଭିତରେ ରହିଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ସାପଟି ପାଖରେ ଥିବା ଲୋକଙ୍କର କୌଣସି କ୍ଷତି କରିନଥିଲା | ତେବେ କିଛି ମିନିଟ୍ ପରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କୋବ୍ରାଟିକୁ ବାହାରକୁ ବାହାର କରିବା ପାଇଁ ଦୀର୍ଘ ସମୟ ଧରି ଚେଷ୍ଟା କରିଥିଲେ। ତେବେ ସେ ଯାହା ହେଉନା କାହିଁକି ଶେଷରେ ସେମାନେ ସାପଟିକୁ ସୁରକ୍ଷିତ ଭାବରେ ଇଞ୍ଜିନରୁ ବାହାର କରି ଆଣି ତଳେ ରଖିଥିଲେ ।କିନ୍ତୁ ଏଠାରେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିରାଟକାୟ ସାପଟି କାହାକୁ ଆକ୍ରମଣ କରିନଥିଲା।

Leave a Reply

Your email address will not be published. Required fields are marked *