କେନ୍ଦୁଝର ଘରୋଇ କଲେଜ ହଷ୍ଟେଲରୁ ୪ ଛାତ୍ର ନିଖୋଜ।

ଫୋକସ ପ୍ଲସ 26/2/23(କେନ୍ଦୁଝର): KSE ଘରୋଇ କଲେଜ୍ ହଷ୍ଟେଲରୁ ୪ ଜଣ ଛାତ୍ର ନିଖୋଜ ହେବା ନେଇ ଟାଉନ୍ ଥାନାରେ ଏତଲା ଦେଲେ ପରିବାର । ଟାଉନ୍ ଥାନା ବଡ଼ହଳ ସ୍ଥିତ KSE ଘରୋଇ କଲେଜ୍ ହଷ୍ଟେଲରୁ ଆଜି ୪ ଜଣ ଛାତ୍ର କେଉଁଆଡ଼େ ଚାଲି ଯାଇଥିବା ନେଇ ପରିବାରକୁ ଖବର ଦେଇଥିଲେ KSE କଲେଜ କର୍ତ୍ତୃପକ୍ଷ । ଏହାପରେ,୪ ଜଣ ଛାତ୍ରଙ୍କ ପରିବାର ଲୋକେ କଲେଜରେ ପହଞ୍ଚିଥିଲେ ।

ଛାତ୍ରମାନେ ହଷ୍ଟେଲରୁ ନିଖୋଜ ହେବା ସମୟରେ CCTV କାମ କରୁନଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ଏହାପରେ ପରିବାର ଲୋକେ ଟାଉନ୍ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୂର୍ବରୁ ଏନେଇ KSE କଲେଜ କର୍ତ୍ତୃପକ୍ଷ ଥାନାରେ ଏକ ଏତଲା ଦେଇଥିବା ଥାନାଧିକାରୀ କହିଛନ୍ତି । ତଦନ୍ତ ପରେ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ ।ସୁନିଲ କର , ଟାଉନ୍ ଥାନାଧିକାରୀ ଏହି ବିଷୟରେ ସୂଚନା ଦେଇଥିଲେ l

Leave a Reply

Your email address will not be published. Required fields are marked *