ଦ୍ୱିତୀୟ ବିବାହ କରି ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଫୋକସ ପ୍ଲସ 26/2/23(ପିପିଲି ): ଦ୍ୱିତୀୟ ବିବାହ କରି ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର। ଦିବ୍ୟଶଙ୍କର ତାଙ୍କ ଜୁନାଗଡ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିଛନ୍ତି | ପୁରୀ ଜିଲ୍ଲା ପିପିଲି ନିକଟ ଏକ ରିସୋର୍ଟରେ ଆଜି ତାଙ୍କର ବିବାହ ସମ୍ପନ ହୋଇଛି |

ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ତାଙ୍କର ନିର୍ବନ୍ଧ ସାରିଥିଲା ଏବଂ ଆଜି ଅପରାହ୍ନରେ ତାଙ୍କର ବିବାହ ମଧ୍ୟ ସାରିଛି | ଅବଶ୍ୟ ଉଭୟଙ୍କର ଏହା ଦ୍ୱିତୀୟ ବିବାହ। ନିରାଡମ୍ବର ଭାବେ ଏହି ବିବାହ ଉତ୍ସବରେ କେବଳ ନିକଟତମ ସଂପର୍କୀୟ ଏବଂ କିଛି ବନ୍ଧୁବାନ୍ଧବ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା |

Leave a Reply

Your email address will not be published. Required fields are marked *