ଆପଣ ଫ୍ରିଜ ପାଣି ପିଉଛନ୍ତି କି ? ଏବେଠୁ ହୋଇଯାଆନ୍ତୁ ସାବଧାନ !

ଫୋକସ ପ୍ଲସ 28/2/23(ବ୍ୟୁରୋ):ଏବେ ଚାଲିଛି ଖରା ଦିନ | ଅସହ୍ୟ ତାତିରେ ଲୋକେ ହେଉଛନ୍ତି କଲବଲ | ଲୋକେ ଥଣ୍ଡା ପାଣିକୁ ଅଧିକ ମାତ୍ରାରେ ପିଉଛନ୍ତି | ଖାଲି ପାଣି ନୁହେଁ ଅନେକ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ ମଧ୍ୟ କରୁଛନ୍ତି |ଦର୍ଶକ ବନ୍ଧୁ ଆପଣ ଅଧିକ ଫ୍ରିଜ୍‌ ପାଣି ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍‌, ନଚେତ୍‌ ହୋଇପାରନ୍ତି ଏହି ରୋଗର ଶିକାର | ପ୍ରବଳ ଖରାରେ ଲୋକେ ତତଲା କଡେଇରେ ସିଝି ହେଲା ଭଳି ସିଝୁଛନ୍ତି | ଆଉ ଏହି ସମୟରେ ସମସ୍ତେ ପ୍ରାୟ ଥଣ୍ଡାପାଣି ପିଇବାକୁ ଭଲ ପାଆନ୍ତି । ତେବେ ନିଜର ଶୋଷ ମେଣ୍ଟାଇବା ପାଇଁ ଯଦି ଆପଣ ଫ୍ରିଜରୁ ପାଣି କାଢି ପିଉଛନ୍ତି ତାହେଲେ ଜାଣି ନିଅନ୍ତୁ ଏହା ଆପଣଙ୍କ ଶରୀରକୁ କେଉଁ ପ୍ରକାରର କ୍ଷତି ପହଞ୍ଚାଇ ପାରେ ।

ପ୍ରଥମତଃ ସଂକ୍ରମଣ କାରଣରୁ ଡାକ୍ତରମାନେ ଏବେ ଥଣ୍ଡା ପାଣି ପିଇବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଛନ୍ତି । ଏହାସହିତ ଥଣ୍ଡା ପାଣି ଶରୀରକୁ ଅନ୍ୟାନ୍ୟ କ୍ଷତି ମଧ୍ୟ ପହଞ୍ଚାଇଥାଏ ତାହେଲେ ଆସନ୍ତୁ ଜାଣିବା ସେ ବିଷୟରେ ।ଫ୍ରିଜ୍ ପାଣି ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ କାରଣ ଫ୍ରିଜରେ ପାଣି ସାଧାରଣ ତାପମାତ୍ରାରୁ କୃତ୍ରିମ ଉପାୟରେ ଥଣ୍ଡା ହୋଇଥାଏ । ଏହି ଥଣ୍ଡା ହୋଇଥିବା ପାଣିକୁ ଶରୀର ସହଜରେ ଗ୍ରହଣ କରି ପାରେନାହିଁ, । ଯାହାକି ଶରୀରକୁ ଗଲାପରେ କ୍ଷତି ପହଞ୍ଚାଇଥାଏ ।ଥଣ୍ଡାପାଣି ପିଇବା ଦ୍ଵାରା ଆମ ଶରୀର ଭିତରେ ଅନ୍ତନଳୀ ପ୍ରବଳ ଥଣ୍ଡା ହୋଇଯାଇଥାଏ । ଯାହାଦ୍ୱାରା ସେ ନିଜର କାମ ଠିକ୍ ଭାବେ କରିପାରିନଥାଏ ।

ଯାହା ଫଳରେ କି ଆମର ପେଟ ଠିକ୍ ଭାବେ ସଫା ହୋଇପାରି ନଥାଏ ।ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରରେ କୋଷ୍ଠକାଠିନ୍ୟ ଦେଖାଦେଇଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରର ପୁରା ସିଷ୍ଟମ ବିଗିଡି ଯାଇଥାଏ । ଆୟୁର୍ବେଦରେ କୋଷ୍ଠକାଠିନ୍ୟକୁ ସମସ୍ତ ରୋଗର ମୂଳ କାରଣ ବୋଲି କୁହାଯାଇଛି ।ଥଣ୍ଡାପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରର କୋଷିକା ଗୁଡିକ ଠିକ୍ ଭାବେ କାମ କରେନାହିଁ । ଯାହାର ପ୍ରଭାବ ମେଟାବୋଲିଜିମ୍ ଉପରେ ପଡିଥାଏ ଏବଂ ଏହା ଆପଣଙ୍କ ହାର୍ଟବିଟ଼୍ କୁ ମଧ୍ୟ କମ୍ କରିଦେଇପାରେ |ଫ୍ରିଜ୍ ପାଣି ପିଇବା ଦ୍ଵାରା ଗଳା ଖରାପ ହେବାର ଅଧିକ ସମ୍ଭାବନା ରହିଥାଏ । ଯଦି ପ୍ରତିଦିନ ଆପଣ ଥଣ୍ଡା ପାଣି ପିଉଛନ୍ତି ତାହେଲେ ମନେ ରଖନ୍ତୁ ଏହାଦ୍ୱାରା ଆପଣଙ୍କର ଟନସିଲ୍ସ, ଫୁସଫୁସ୍ ଏବଂ ପାଚନ ତନ୍ତ୍ରରେ ରୋଗ ହେବା ବହୁତ୍ ସାଧାରଣ କଥା ଅଟେ ।ତେଣୁ ଏଥିପ୍ରତି ଅଧିକ ଧ୍ୟାନ ଦିଅନ୍ତୁ | ନହେଲେ ଆପଣ ରୋଗର ଶିକାର ହୋଇପାରନ୍ତି |

Leave a Reply

Your email address will not be published. Required fields are marked *