ଶରୀରକୁ ଉପଯୁକ୍ତ ପ୍ରୋଟିନ ମିଳୁନାହିଁ କି ? ଜାଣନ୍ତୁ କାରଣ !

ଫୋକସ ପ୍ଲସ 1/3/23(ବ୍ୟୁରୋ): ଶରୀରରେ ଉପଯୁକ୍ତ ପ୍ରୋଟିନ ପାଇଁ ଆମେ ପୁଷ୍ଟିକର ଖାଦ୍ୟ ଖାଇଥାଉ | ଉପଯୁକ୍ତ ଖାଦ୍ୟ ଦ୍ୱାରା ହିଁ ଆମ ଶରୀରକୁ ପ୍ରଚୁର ପରିମାଣରେ ପ୍ରୋଟିନ ମିଳିଥାଏ | ଶରୀରକୁ ସୁଚାରୁ ରୂପରେ ଚଳାଇବା ପାଇଁ ବହୁ ପରିମାଣର ପୋଷକ ତତ୍ତ୍ୱର ଆବଶ୍ୟକତା ରହିଥାଏ । ତା ମଧ୍ୟରୁ ପ୍ରୋଟିନ ଅନ୍ୟତମ ଅଟେ । ପ୍ରୋଟିନ ଏକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଯାହା ଏସିଡ୍ ସହ ମିଶି ସୃଷ୍ଟି ହୋଇଥାଏ | ପ୍ରୋଟିନ କେବଳ ଆମ ମାଂସପେଶୀକୁ ମଜବୁତ ବନାଏ ନାହିଁ , ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରେ ।

ପ୍ରୋଟିନ ଆଣ୍ଟିବଡିଜ୍ ବନାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଯାହା ଇନଫେକ୍ସନ ଏବଂ ରୋଗରୁ ଲଢିବା ପାଇଁ କାମ କରିଥାଏ । ତେବେ ଶରୀରେ ଅନେକ ଲକ୍ଷଣ ଅଛି ଯାହା ସୂଚୀତ କରିଥାଏ ଯେ, ଶରୀରରେ ପ୍ରୋଟିନ କମ ରହିଛି । ଯାହାକୁ ବୁଝିବା ଅତ୍ୟନ୍ତ ଆବଶ୍ୟକ। କୁହାଯାଏ ଯେ, ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ନିଜ ଶରୀର ପାଇଁ ୮ଗ୍ରାମ ପ୍ରୋଟିନ ନିହାତି ଆବଶ୍ୟକ ହୋଇଥାଏ । ଏଥିପାଇଁ ଆମେ ଭିନ୍ନ ଭିନ୍ନ ଏବଂ ଉପଯୁକ୍ତ ଖାଦ୍ୟ ଖାଇଥାଉ | ତେବେ ଆସନ୍ତୁ ଜାଣିନେବା କେଉଁ ଲକ୍ଷଣ ଯୋଗୁଁ ଶରୀରରେ ପ୍ରୋଟିନର ଅଭାବ ଦେଖାଯାଏ |

ଇମ୍ୟୁନିଟୀ ଦୁର୍ବଳ ହେଲେ : ଶରୀରରେ ପ୍ରୋଟିନ କମ କାରଣରୁ ସମୟ-ସମୟରେ ରୋଗ ମଧ୍ୟ ହୋଇଥାଏ । ରୋଗପ୍ରତିରୋଧକ ସିଷ୍ଟମ ପାଇଁ ପ୍ରୋଟିନ ବହୁ ପରିମାଣରେ ଆବଶ୍ୟକ ବୋଲି ଧରାଯାଏ । ଏହା ଆପଣଙ୍କୁ ଭାଇରସ ଏବଂ ବ୍ୟାକ୍ଟେରିଆ ଠାରୁ ଦୂର ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଇମ୍ୟୁନ୍ସ ସେଲ୍ସ ନିଜର ଏସିଡ୍ ସହ ମିଶି ତିଆରି ହୋଇଥାଏ । ଏହି ପ୍ରୋଟିନର ସେବନ ଠିକ ପରିମାଣରେ କରିଲେ ଆପଣଙ୍କ ଶରୀର ଭାଇରସ ଏବଂ ବ୍ୟାକ୍ଟେରିଆ ଜନିତ ରୋଗରୁ ରକ୍ଷା କରିବ ।

କେଶ, ଚର୍ମ ଏବଂ ନଖରେ ସମସ୍ୟା ଆସିଲେ :ଶରୀରରେ ପ୍ରୋଟିନ ଅଭାବ କାରଣରୁ ନଖ, ଚର୍ମ ଏବଂ ଛୁଟି ଉପରେ ପଡିଥାଏ । ପ୍ରୋଟିନ ଅଭାବ ହେବା ଦ୍ୱାରା ଦୁର୍ବଳ ନଖ, ଡ୍ରାଏ ସ୍କିନ ଏବଂ ପତଳା କେଶ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ଦୁର୍ବଳ ଏବଂ ଥକ୍କା ଲାଗିଲେ : ଡାଏଟରେ ପ୍ରୋଟିନ ଅଭାବ ହେଲେ ଦୁର୍ବଳ, ଥକାପଣ ଏବଂ ମାଂଶପେଶୀ କଷ୍ଟର ସାମ୍ନା କରିବାକୁ ପଡିଥାଏ । ଏହା ଏଥିପାଇଁ କାରଣ ଯେତେବେଳେ ଶରୀରରେ ପ୍ରୋଟିନର ମାତ୍ରା କମ ହୋଇଥାଏ ସେତେବେଳେ ଶରୀରରେ କଙ୍କାଳର ମାଂସପେଶୀର ଆବଶ୍ୟକ ପୁରା କରିଥାଏ । ସମୟ ସହିତ ଏଥିରେ ମାଂସପେଶୀର କ୍ଷତି ପହଁଚାଇବା ଆରମ୍ଭ ହୋଇଥାଏ । ଯେଉଁଥିପାଇଁ ଧିରେଧିରେ ଶରୀରର ଶକ୍ତି କମ ହେବାରେ ଲାଗିଥାଏ ଏବଂ ମେଟାବଲିଜିମ ମଧ୍ୟ ସ୍ଲୋ ହୋଇଯାଏ । ସେଥିପାଇଁ ଦୁର୍ବଳ ଏବଂ ଥକାପଣର ସାମ୍ନା କରିବାକୁ ପଡିଥାଏ ।

Leave a Reply

Your email address will not be published. Required fields are marked *