ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଫୋକସ ପ୍ଲସ 4/3/23(ଜଗତସିଂହପୁର):ମିଳିଥିଲା ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା କଟକ-ପାରାଦ୍ୱୀପ ରାସ୍ତା ଜଇପୁର ଛକ ନିକଟରେ ରୋଗୀ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସ ଡ୍ରାଇଭର ସମେତ ତିନିଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ କଟକ ପଟୁ ଆସୁଥିବା ଏକ ଟ୍ରଲରରେ ପିଟି ହେବା ଫଳରେ ଆମ୍ବୁଲାନ୍ସ ଚାଳକ ସମେତ ତିନି ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।ଆମ୍ବୁଲାନ୍ସ ଡ୍ରାଇଭର କାଳନ୍ଦୀ ସାହୁ,ଫାର୍ମାସିଷ୍ଟ ରୁଦ୍ରପ୍ରତାପ ବାରିକ ଓ ହେଲଫର ନିହାର ରଞ୍ଜନ ବାରିକ ବୋଲି ଜଣାପଡିଛି। ଏଥିରେ ଥିବା ରୋଗୀ ଓ ତାଙ୍କର ଆଟେନାଣ୍ଟଙ୍କର କିଛି କ୍ଷତି ହୋଇନାହିଁ । ବିଳମ୍ବିତ ରାତିରେ କୁଜଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୦୮ ଆମ୍ବୁଲାନ୍ସ ରୋଗୀ ନେଇ କଟକ ଏସିବି ମେଡିକାଲକୁ ଯାଉଥିବା ବିଳମ୍ବିତ ରାତି ୪ଟା ବେଳେ ଜଇପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବାର ଜଣାଯାଇଛି।

Leave a Reply

Your email address will not be published. Required fields are marked *