ପୁଣି ମାଓ ଲିପଲେଟ

ଫୋକସ ପ୍ଲସ 5/3/2023(ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳ ରେ ପୁଣି ଦେଖିବାକୁ ମିଳିଛି ମାଓ ଲିପଲଟ। ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ଏଣେ ତେଣେ ରାସ୍ତା କଡ଼ରେ ମାଓ ଲିପ୍ଲେଟ୍ ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ, ରାଇଘର ବ୍ଲକ ର ହଳଦୀ, ହାତିଗାଁ, କୁରାବେଡା, ନାକଟିସମଡ଼ା, ମୁଣ୍ଡିବେଡା, ଗୋନା ଓ କୁନ୍ଦେଇ ଅଞ୍ଚଳ ରେ ଆଜି ଏଣେ ତେଣେ ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟର ରେ ଉଲ୍ଲେଖ ରହିଛି ଯେ ବଙ୍ଗାଳୀ ଲୋକଙ୍କୁ ଭାରତ ସରକାର ପଟ୍ଟା ଜମି ଦେଇଛନ୍ତି କିନ୍ତୁ ୨୦୦୬ ମସିହା ରୁ ଆଦିବାସୀ ଙ୍କୁ ଜମି ପଟ୍ଟା ଦେବା ନିମନ୍ତେ ନିୟମ ହେଇଥିଲେ ହେଁ ଆଦିବାସୀ ଙ୍କୁ ବର୍ତମାନ ସୁଦ୍ଧା ଜମି ପଟ୍ଟା ମିଳିନାହିଁ। ଆଦିବାସୀ ଙ୍କ ଜମି ନେବା ସହ ତାଙ୍କ ସ୍ତ୍ରୀ ଓ ଝିଅ ଙ୍କୁ ବଙ୍ଗାଳୀ ଲୋକ ଅପହରଣ କରୁଥିବା ମଧ୍ୟ ଉଲ୍ଲେଖ କରିଛନ୍ତି। ତତ୍ ସହ ହଳଦୀ, ହାତିଗାଁ, କୁରାବେଡା, ନାକଟିସମଡ଼ା, ମୁଣ୍ଡିବେଡା, ଗୋନା ଓ କୁନ୍ଦେଇ ପଞ୍ଚାୟତ ଅଧୀନ ରେ ଥିବା ଆଦିବାସୀ ଙ୍କ ଜମି ଗୁଡ଼ିକ ଙ୍କୁ ଯେଉଁ ବଙ୍ଗାଳୀ ମାନେ ଦଖଲ କରିଛନ୍ତି ତୁରନ୍ତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାଓବାଦୀ। ଯଦି ମାଓବାଦୀ ଙ୍କ ନିର୍ଦ୍ଦେଶ କୁ ପାଳନ କରାନଯାଏ ଯାହା ଘଟିବ ସେ ନିଜେ ହିଁ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି I

ରାଇଘର ରୁ ଦିନେଶ ଗଣ୍ଡାଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *