ଚୁଇଙ୍ଗମ ଚୋବାଇ କରୁଛନ୍ତି ରୋଜଗାର

ଫୋକସ ପ୍ଲସ 9/3/2023(ବ୍ୟୁରୋ): ଆଜି କାଲି ସମସ୍ତେ ଅଜବ ଅଜବ ଉପାୟରେ ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳୁଛି |କିଏ ବିଭିନ୍ନ ଫାଷ୍ଟ ଫୁଡ ଖାଇ ଟଙ୍କା ରୋଜଗାର କରୁଛି ତ ଆଉ କିଏ ଚୁଇଙ୍ଗମ ଚୋବାଇ | ଏମିତି ଅନେକ ଲୋକ ଅଛନ୍ତି ଯେ କି ଅଭିନଵ ଉପାୟରେ ଟଙ୍କା ରୋଜଗାର କରୁଥିବାର ଦେଖିବାକୁ ମିଳେ | ଆଉ ଏମିତି ହିଁ ଲୋକେ ଅଧିକ ଧନୀ ହେଉଛନ୍ତି | ଆଉ ଲକ୍ଷପତି ପାଲଟି ଯାଉଛନ୍ତି | ତେବେ ଏହି ଉପାୟରେ ଲୋକଙ୍କୁ ଆଉ ବେଶୀ ପରିଶ୍ରମ କରିବାକୁ ପଡୁନାହିଁ |ଘରେ ବସି ଆରାମରେ କରିପାରୁଛନ୍ତି ଟଙ୍କା ରୋଜଗାର | ଯୁବ ପିଢ଼ି ହୁଅନ୍ତୁ କିମ୍ବା ଅନ୍ୟ ବୟସ୍କ ବ୍ୟକ୍ତି ସମସ୍ତେ ଅର୍ଥ ରୋଜଗାର କରିବାକୁ ଚାଁହାନ୍ତି ,ଯେତେ ପାଠ ପଢି ଡିଗ୍ରୀ ହାସଲ କରି ଚାକିରୀ ପଛରେ ଗୋଡ଼ାଇଲେ ମଧ୍ୟ ଆଜି କାଲି ଏତେ ସହଜ ହେଉନି ଚାକିରୀ ପାଇବା |ଯଦି ଚାକିରି ମିଳୁଛି ସେଥିରେ ପୁଣି ଦରମା କମ୍। କିଛି ଲୋକଙ୍କ ଭାଗ୍ୟରେ ତ ସେତକ ବି ଜୁଟେନି। କିନ୍ତୁ ଏମିତି ବି ଲୋକ ଅଛନ୍ତି ଯିଏ, ଅଳ୍ପ ପରିଶ୍ରମ କରି ରାତାରାତି ମାଲାମାଲ ହୋଇଯାଉଛନ୍ତି।କେତେବେଳେ କାହାର ଭାଗ୍ୟ ଚମକିଥାଏ କେହି ମଧ୍ୟ ଜାଣି ନଥାନ୍ତି | ଟଙ୍କା ଟିଏ ରୋଜଗାର କରିବା ପାଇଁ ଲୋକେ କେତେ ପରିଶ୍ରମ କରୁଛନ୍ତି। ଅନେକ ଲୋକ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି, ତଥାପି ମିଳୁନି ସଫଳତା। କିନ୍ତୁ ଏଠି ଦେଖିବାକୁ ମିଳିଛି ଅତି ସହଜରେ ମହିଳା ଜଣଙ୍କ ଟଙ୍କା ରୋଜଗାର କରୁଛନ୍ତି |ଆଜ୍ଞା ହଁ ,ଏହି ମହିଳା ଜଣକ ଘରେ ବସି ବସି ବର୍ଷକୁ ୮ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ଦର୍ଶକ ବନ୍ଧୁ ଆମେ ଯେଉଁ ମହିଳା ବିଷୟରେ ଆପଣଙ୍କୁ କହୁଛୁ, ସେ ହେଉଛନ୍ତି ଜର୍ମାନର ଜୁଲିଆ ଫୋରାତ | ସେ କେବଳ ବବଲ୍‌ଗମ୍ ଚୋବାଇ ମାସକୁ ରୋଜଗାର କରୁଛନ୍ତି ୬୭ ହଜାର ଟଙ୍କା। ସେଥିପାଇଁ କୁହାଯାଉଛି, ଯଦି ତୁମେ ଭାଗ୍ୟବାନ, ତେବେ ଜର୍ମାନୀର ଜୁଲିଆଙ୍କ ପରି ହୁଅ। ଯିଏ ମାତ୍ର ସ୍ବଳ୍ପ ପରିଶ୍ରମରେ କିଭଳି ଲକ୍ଷ ଲକ୍ଷ ରୋଜଗାର କରିହେବ ଶିଖାଇଛନ୍ତି |ତେବେ ଜୁଲିଆ ପ୍ରଥମେ ପାର୍ଟଟାଇମ୍ ଭାବେ ଏହି କାମ ଆରମ୍ଭ କରିଥିଲେ। କିନ୍ତୁ ସେ ଏତେ ରୋଜଗାର କରିବା ଆରମ୍ଭ କଲେ ଯେ, ବର୍ତ୍ତମାନ ଏହାକୁ ତାଙ୍କର ପୂର୍ଣ୍ଣକଳୀନ ବେଉସାରେ ପରିଣତ କରିଛନ୍ତି। ଆଉ ଏହାକୁ ଉପଭୋଗ ମଧ୍ୟ କରୁଛନ୍ତି। ଜୁଲିଆ ଗୋଟିଏ ଥରରେ ୩୦ଟି ଚୁଇଙ୍ଗମ୍‌ ଚୋବାଇ ଏକ ବଡ଼ ବେଲୁନ୍ ଫୁଲାଇଥାନ୍ତି। ତାକୁ ଭିନ୍ନ ଅନ୍ଦାଜରେ ଫୁଟାଇଥାନ୍ତି।ଆଉ ତାଙ୍କର ଏହି କାମ ସୋସିଆଲ ମିଡ଼ିଆରେ ଏତେ ପସନ୍ଦ କରାଯାଉଛି ଯେ, ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖୁଛନ୍ତି। ତାଙ୍କ ଭ୍ୟୁଜ ସଂଖ୍ୟା ବଢ଼ିବାରେ ମଧ୍ୟ ଲାଗିଛି। ଯେଉଁଥି ପାଇଁ ତାଙ୍କୁ ପ୍ରତି ମାସରେ ୬୭ ହଜାର ଟଙ୍କା ମିଳୁଛି। ଏଥିପାଇଁ ତାଙ୍କୁ ମାତ୍ର ୪୮୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ତେବେ ଦିନେ ଥଟ୍ଟାମଜା କରୁ କରୁ ଯେ ଏହା ଦିନେ ରୋଜଗାରର ମାଧ୍ୟମ ପାଲଟି ଯିବ ଏକଥା ଜାଣି ନଥିଲେ ଜୁଲିଆ।

Leave a Reply

Your email address will not be published. Required fields are marked *