ଲାଞ୍ଚୁଆ ଡାକ୍ତରଙ୍କ ଭିଡିଓ ଭାଇରାଲ l ସି.ଡି.ଏମ.ଓ ଙ୍କ ନୀରବତାକୁ ନେଇ ପ୍ରଶ୍ନ l

ଫୋକସ ପ୍ଲସ 12/3/23(ନର୍ଲା):କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଚାରୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି l ସେ ମଧ୍ୟରେ ପଲମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ସାମିଲ ରହିଛି l ପଲମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼କ୍ଟର ରାଜେଶ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି l ହେଲେ ଏ ଭ୍ରଷ୍ଟ ଅଧିକାରୀ ଜଣକ ନିଜ କାର୍ଯ୍ୟରେ ଅବହେଳା କରି ସ୍ୱାସ୍ଥ୍ୟ କେନ୍ଦ୍ର ଆସୁନଥିବା ଅଭିଯୋଗ ହେଉଛି l ଲୋକଙ୍କ ଅଭିଯୋଗ ଯେତେବେଳେ ଦିନ ପ୍ରତିଦିନ ବଢ଼ିବାରେ ଲାଗିଲା ସେତେବେଳେ ପ୍ରକୃତରେ ଡ଼କ୍ଟର ରାଜେଶ ସାହୁ ପଲମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଶୁ ନ ଥିବାର ପ୍ରକୃତ କାରଣ ଖୋଜା ଗଲା l ଅମୁଲ ଚୁଳ ତଦନ୍ତ ପରେ ଜଣା ପଡିଛି ଯେ ଡ଼କ୍ଟର ରାଜେଶ ସାହୁଙ୍କର କେସିଙ୍ଗାରେ ଏକ ପ୍ରାଇଭେଟ ଡେଣ୍ଟାଲ କ୍ଲିନିକ ରହିଛି l

ଏ ବାବୁ ରାଜେଶ ସାହୁଙ୍କୁ ଗରିବ ନିରୀହ ଲୋକଙ୍କୁ ସେବା ଯୋଗାଇବା ପାଇଁ ପଲମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ଦିଆଯାଇଛି ସତ ହେଲେ ଏ ଡାକ୍ତର ବାବୁ ସରକାରୀ ସ୍ୱାସ୍ଥ୍ୟରେ କମ ଆଉ ନିଜ ପ୍ରାଇଭେଟ କ୍ଲିନିକରେ ଅଧିକ ସେବା ଦେଉଥିବା ଦେଖିବାକୁ ମିଳିଛି l ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ସେବା ଯୋଗାଉଥିବା ନାଁରେ ସରକାରଙ୍କ ପାଖରୁ ମୋଟା ଅଙ୍କର ବେତନ ନେଉଛନ୍ତି ସତ ହେଲେ ବାସ୍ତବିକ ଚିତ୍ର ଅନ୍ୟ ପ୍ରକାର ରହିଛି l ଡକ୍ଟରଙ୍କ କଳା କାରନାମା କାହିଁରେ କେତେ l ଡକ୍ଟରଙ୍କ କଳା କାରନାମା କୁ ନେଇ ବାରମ୍ବାର ଖବର ପ୍ରସାରଣ କରି କଳାହାଣ୍ଡି ସି.ଡି.ଏମ.ଓ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ମାନଙ୍କ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଦେଖିବାକୁ ମିଳିଛି l ନିକଟରେ ଡାକ୍ତର ରାଜେଶ ସାହୁ ଜଣେ ମହିଳାଙ୍କୁ ଡେଲିଭେରି କରେଇବା ନାଁରେ ଟଙ୍କା ଦାବି କରୁଥିବା ଭିଡିଓ ସାମ୍ନାକୁ ଆସିଛି l

ଏହି ଭିଡିଓରେ ଡାକ୍ତର ରାଜେଶ ସାହୁ ମହିଳାଙ୍କୁ କହୁଛନ୍ତି ତାଙ୍କୁ ପଚାର….ରାତି ଭରି ଆମେ କେତେ ଅନିଦ୍ରା ହେଇଛୁ, ସେ ହିସାବରେ ଭାବିକି ଦିଅ l ପ୍ରାଇଭେଟ କ୍ଲିନିକରେ ଡେଲିଭେରି କରିବା ପାଇଁ ସକ୍ଷମ ନଥିବା ଗରିବ ନିରୀହ ମହିଳା ଜଣକ କହୁଛନ୍ତି ମୋ ପାଖରେ କିଛି ନାହିଁ ବାପା l ପୁଣି ଡାକ୍ତର କହୁଛନ୍ତି……ତମ ପାଇଁ ଆମେ କେତେ ପରିଶ୍ରମ କରିଛୁ l ସବୁ ଔଷଧ ପତ୍ର ଏଠୁ ମାଗଣା ଦିଆ ଜିବ…କେତେ ବ୍ଲଡ଼ ବାହାରୁଥିଲା, କେତେ କଷ୍ଟରେ ମୁଁ ସିଲେଇ କରିଛି…କେତେ କଷ୍ଟରେ ଛୁଆ ବାହାର କରିଛି l ମୁଁ କେତେ ରିସ୍କ ନେଇ କି କାମ କରିଛି…ଭବାନୀପାଟଣା ଯାଇଥିଲେ ୧୫୦୦୦/- ନେଇଥାନ୍ତେ l ମୁଁ ଲେଖି ଦେବି ପଇସା ପାଇବ…ସେ ହିସାବରେ ଭାବିକି ଦିଅ..ତା ପରେ କିଛି ଟଙ୍କା ମହିଳାଙ୍କ ପାଖରୁ ନେଇ ଡାକ୍ତର ତାଙ୍କ ପକେଟରେ ପୁରଉଥିବା ଭିଡିଓରେ ସ୍ପଷ୍ଟ ଦେଖି ହେଉଛି l ଡାକ୍ତର ରାଜେସ ସାହୁଙ୍କ ନାଁରେ ଏଭଳି ଅଭିଯୋଗ ଅନେକ ଥର ହେଲାଣି l ବାରମ୍ବାର ଡକ୍ଟର ରାଜେଶ ସାହୁଙ୍କ ନାଁରେ ଏଭଳି ଅଭିଯୋଗ ମାନେ ଆସିବା ଏବଂ ଜିଲ୍ଲା ପ୍ରଶାସନ ଏଭଳି ଅଭିଯୋଗ ମାନଙ୍କୁ ଦୃଷ୍ଟି ଗୋଚର ନ କରିବା ନେଇ ଦିନ ପ୍ରତିଦିନ ଅଞ୍ଚଳରେ ଅସନ୍ତୋଷର ବାତାବରଣ ବୃଦ୍ଧି ପାଇବାରେ ଲାଗିଛି l

Leave a Reply

Your email address will not be published. Required fields are marked *