ଅନାଥକୁ କିଏ ହେବ ସାହା

ଫୋକସ ପ୍ଲସ 19/3/23(ବ୍ୟୁରୋ): ହେ ଭଗବାନ ମୋ ପରିବାରକୁ ନେଇ ମୁଁ କେମିତି ବଞ୍ଚିବି ନାଁ ଅଛି ଘର ନାଁ ଅଛି ଖଣ୍ଡେ ଜାଗା, ନାଁ ଅଛି ଖଣ୍ଡେ ସରକାରୀ ସହାୟତା ରାସନକାର୍ଡ ମୌଳିକ ସୁବିଧା । ଦୁନିଆକୁ ସିନା ଆଣିଲ କିନ୍ତୁ ବଞ୍ଚିବାକୁ ରାସ୍ତା ନାହିଁ , ନାଁ କେହି ଡାକୁଛନ୍ତି ଦିନ ମଜୁରିଆ ଖଟିବାକୁ ନାଁ ଅଛି ଘରେ ଚାଉଳ। କେମିତି ଖାଇବୁ କେମିତି ବଞ୍ଚିବୁ କାହାର ମଧ୍ୟ ନାହିଁ ଦୟା। ଏ ଦୁସ୍ୟ ଦେଖିଲେ ନିଶ୍ଚିତ ଭାବେ ଆପଣ ଚକିତ ହୋଇଯିବେ, ଏ ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ସୁନ୍ଦରପୁର ପଞ୍ଚାୟତ ଉଦୁଗୁରି ଗ୍ରାମ , ପରିବାର କହିଲେ ମାତ୍ର ଚାରି ଜଣ କିନ୍ତୁ ଦୁଇ କଅଁଳ ଶିଶୁ ସ୍ୱାମୀ ,ସ୍ତ୍ରୀ , ଦୁଇ କଅଁଳ ଶିଶୁଙ୍କୁ ଧରି ବାର ଦୁଆର ହେଉଛନ୍ତି ରମେଶ ପାଇକେରା ଓ ମିତାଲି ପାଇକେରା । ଆଜି ଏ ଦୁଆର ତ କାଲି ଆଉ କାହା ଦୁଆର କିମ୍ବା ଭଡ଼ା ଘର ଛଡ଼ା ଦିନ ବିତୁଛି। ଏହି ବିଷୟ ଘଟଣାକୁ ନେଇ ଟାଙ୍ଗି ବ୍ଳକ ବିଡ଼ିଓଙ୍କ କୌଣସି ଯୋଗାଯୋଗ ହୋଇ ପାରିନାହିଁ।

କିନ୍ତୁ ରାଜ୍ୟରେ ରାଜ୍ୟ ସରକାର କହୁଛନ୍ତି ଓଡ଼ିଶାରେ ଗରିବ କେହିବି ଆଉ ନାହାଁନ୍ତି, ବାସ୍ତବରେ ଗରୀବଙ୍କ କଥା ନେତା ମନ୍ତ୍ରୀ ଭୁଲି ଯାଉଛନ୍ତି, କେବଳ ନିର୍ବାଚନ ପାଖେଇ ଆସିଲେ ନେତା ନେତ୍ରୀ ମନ୍ତ୍ରୀଙ୍କ ପାଦ ପଡ଼େ ଗ୍ରାମରେ, ଭୋଟ ମାଗିବା ପାଇଁ ,ଆଉ ବାକି ସବୁଦିନ ଗାଡ଼ିରେ ଏ ଅଫସି ସେ ଅଫିସ ଦୌଡ଼ିବା ଛଡ଼ା କିଛି ମନେ ପଡ଼େନି ଗରିବଙ୍କ କଥା । ସେପଟେ ରାଜ୍ୟରେ ଚାଲିଛି ବିଜେଡ଼ି ନେତାଙ୍କ ଶଙ୍ଖ ମୋର ଗର୍ବ, ଖୋର୍ଦ୍ଧା ବିଧାୟକ ଜୋତୀନ୍ଦ୍ର ନାଥ ମିତ୍ର ମଧ୍ୟ ଶଙ୍ଖ ମୋର ଗର୍ବ କହି ସୋସିଆଲ ମିଡ଼ିଆରେ ଭାଇରାଲ କରୁଛନ୍ତି, ଯଦି ବାସ୍ତବରେ ଏହି ଗରିବ ପରିବାରଙ୍କ ଦୁଃଖ କାହିଁକି ନଜର ପଡ଼ୁନି । ଆମର ଅନୁରୋଧ ଏହି ଗରିବ ପରିବାରଙ୍କ ଦୁଃଖ ଟାଙ୍ଗି ବ୍ଲକ ବିଡ଼ିଓ , ବ୍ଲକ ଅଧକ୍ଷା ରେସ୍ ମ୍ମା ମାନ୍ଧାତା , ଜିଲା ପ୍ରଶାସନ, କିମ୍ବା ନେତା ମନ୍ତ୍ରୀଙ୍କ ନଜର କେବେ ପଡ଼ିବ ସମୟ କହିବ।

Leave a Reply

Your email address will not be published. Required fields are marked *