ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧକୁ ନେଇ କଂଗ୍ରେସର ମୌନବ୍ରତ

ଫୋକସ ପ୍ଲସ 28/3/23(ବ୍ୟୁରୋ): କୋରାପୁଟ ଜିଲ୍ଲା ଜୟପୁର ଗାନ୍ଧୀଛକ ନିକଟରେ ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତି ଆଗରେ କୋରାପୁଟ ଜିଲ୍ଲା କଂଗ୍ରେସର ଶାନ୍ତିପୁର୍ଣ୍ଣ ଭାବେ ସତ୍ୟାଗ୍ରହ ସଭା ଅନୁଷ୍ଠିତ ହୋଇଥିଲା I ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଆଜି ଦିନ 12 ଘଣ୍ଟା ସମୟରେ ସତ୍ୟାଗ୍ରହ ସଭା ଅନୁଷ୍ଠିତ ହୋଇଯାଇଛି I ଏହି ସଭାରେ ଜୟପୁର ସ୍ଥାନୀୟ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି,ଜୟପୁର ପୌର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର କୁମାର ମହାନ୍ତି,ପଟାଙ୍ଗୀ ପୂର୍ବତନ ବିଧାୟକ ଶ୍ରୀ ରାମଚନ୍ଦ୍ର କାଡାମ,କଂଗ୍ରେସ ଶ୍ରମକକ୍ଷ ସଭାପତି ଶ୍ରୀ ଭଗବାନ ବାହିନୀପତି,ଏବଂ କଂଗ୍ରେସର ବରିଷ୍ଠ ନେତା ବିନୋଦ ମହାପାତ୍ର, ବିରେନ ପଟ୍ଟନାୟକ,ନିହାର ବିଶୋଇ, ଦେବେନ୍ଦ୍ର ବାହିନୀପତି, ବୁଲୁ ସାହୁ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ I ଗୁଜରାଟ ରାଜ୍ୟର ସୁରତ ସେସନ କୋର୍ଟ ରାହୁଲ ଗାନ୍ଧୀଙ୍କ ପ୍ରତି ଦେଇଥିବା ରାୟକୁ ନେଇ କଂଗ୍ରେସ ଘୋର ବିରୋଧ କରିବା ସହ ରାଜ ରାସ୍ତାକୁ ଓହ୍ଲାଇଥିଲା I ଏହି ରାୟ ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ମଧ୍ୟ ରଦ୍ଧ ହୋଇଥିଲା I ଏହି ପ୍ରତିବାଦରେ ଆଜି କୋରାପୁଟ ଜିଲ୍ଲା କଂଗ୍ରେସ ସିଧା ସଳଖ ମୋଦି ସରକାରଙ୍କୁ ଆକ୍ଷେପ କରି ସମ୍ପୂର୍ଣ୍ଣ ଭାବେ ବିରୋଧ କରିଥିଲେ I କଂଗ୍ରେସ ନେତାମାନେ କହିଥିଲେ ମୋଦି ସରକାର ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି I ନିଜ ଶାସନର କ୍ଷମତାକୁ ଦୁରୁପଯୋଗ କରୁଛନ୍ତି I ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଆନ୍ଦୋଳନରେ ଭାରତରେ ରାହୁଲଙ୍କ ପ୍ରତି ସର୍ବସାଧାରଣଙ୍କ ଅସ୍ଥା ବଢିଥିବା ହେତୁ କେନ୍ଦ୍ରର ମୋଦି ସରକାର ଏଭଳି ଘୃଣ୍ୟ ଚକ୍ରାନ୍ତ କରିଛନ୍ତି ବୋଲି କଂଗ୍ରେସ ବରିଷ୍ଠ ନେତା ମାନେ କହିଥିଲେ I କଂଗ୍ରେସର  ସତ୍ୟାଗ୍ରହ ସଭାକୁ ସିପିଆଇ ଦଳର ମଧ୍ୟ ସମର୍ଥନ ରହିଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *