ପ୍ରଭୁ ଶ୍ରୀରାମଙ୍କ ଧ୍ୱନିରେ କମ୍ପିଲା ନାଉଗାଁ

ଫୋକସ ପ୍ଲସ 31/3/23(ଜଗତସିଂହପୁର): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ବ୍ଲକରେ ବଜରଙ୍ଗ ଦଳ ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ଏକ ଶୋଭାଯାତ୍ରା ନାଉଗାଁ ବଜାରରୁ ବାହାରି ପ୍ରଭୁ ଶ୍ରୀରାମଙ୍କ ନାରା ସହ ଶୃଙ୍ଖଳିତ ଭାବରେ ଜଗତସିଂହପୁର ପର୍ଯ୍ୟନ୍ତ ଯାଇଥିଲା । ଏହି ଉତ୍ସବରେ ନାଉଗାଁ ପ୍ରଖଣ୍ଡ ବଜରଙ୍ଗ ଦଳର ସଭାପତି ରାଜ ପ୍ରସାଦ ମହାନ୍ତି , ବିଶୁ ମିଲନ ବାହାଲିଆ , ଲୁଲୁ ମହାନ୍ତି , ଆଲୋକ ରାୟ , ଜ୍ଞାନ ଜେନା , ତପନ ବେହୁରା , ଶୈଲେନ୍ଦ୍ର ମୁଦୁଲି ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *