ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ନେଇ କଂଗ୍ରେସର ସାମ୍ବଦିକ ସମ୍ମିଳନୀ

ଫୋକସ ପ୍ଲସ 31/3/23(ବାଲେଶ୍ୱର): କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ୍ଦ ରଦ୍ଦକୁ ନେଇ କଂଗ୍ରେସ ଏବେ ଆନେ୍ଦାଳନକୁ ଓହା୍ଲଇଛି । ରାହୁଲ ଗାନ୍ଧୀ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବାରୁ ତାଙ୍କୁ ଷଡ଼ଯନ୍ତ୍ର କରି ଅଡ଼ୁଆରେ ପକାଇବାକୁ ଚକ୍ରାନ୍ତ କରାଯାଇଛି । ତେବେ ଏନେଇ କଂଗ୍ରେସ ମୋଦି ସରକାରଙ୍କୁ ଲଗାତାର ପ୍ରଶ୍ନ କରିବ ବୋଲି ଆଜି ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ନିରୋଜ ଲୋଚନ ଦାସ ସୂଚନା ଦେଇ କହିଛନ୍ତି । ୨୦୧୯ ମସିହା ଏପ୍ରିଲ ୧୩ ତାରିଖରେ କର୍ଣ୍ଣାଟକର କୋଲାର ଠାରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ୧୬ ତାରିଖରେ ସୁରଟ ବିଧାୟକ ପୁର୍ନେଶ ମୋଦି ସୁରଟର ଅଦାଲତରେ ମାମଲା ରୁଜୁ କରିଥିଲେ । ଏହାର ଶୁଣାଣି କରାଯାଇ ମାର୍ଚ୍ଚ ମାସ ୨୩ ତାରିଖରେ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ କାରାଦଣ୍ଡ ହୋଇଥିଲା । ଏହାର ୨୪ ଘଣ୍ଟା ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା । ଆଦାନୀ ଏବଂ ମୋଦିଙ୍କ ସମ୍ପର୍କକୁ ନେଇ ରାହୁଲ ଗାନ୍ଧି ପ୍ରଶ୍ନ କରିବାରୁ ବିବାଦର ସୂତ୍ରପାତ ହୋଇଛି ବୋଲି କଂଗ୍ରେସ କହିଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଞ୍ଜିବ ଗିରି, ମହିଳା କଂଗ୍ରେସର ଜିଲ୍ଲା ସଭାପତି ପ୍ରଜ୍ଞା ପାରମିତା ମହାନ୍ତି, ଉପସଭାପତି ଗୋପୀନାଥ ପାଢ଼ୀ, ବିକାଶ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *