ଫୋକସ ପ୍ଲସ 16/4/23(ବ୍ୟୁରୋ): ପୋଲିସ ଥିଲା, ହାତରେ ହାତକଡି ପଡିଥିଲା, ସାମ୍ନାରେ ଗଣମାଧ୍ୟମ ପ୍ରତିନିଧି ଜମା ହୋଇଥିଲେ । ଜୟେ ଶ୍ରୀରାମ ନାରା ଦେଇ ଗୋଟି ପରେ ଗୋଟିଏ ସାତ ରାଉଣ୍ଡ ଗୁଳି ଚଳାଇଥିଲେ |ଗତ କଲି ସମୟ ରାତି 10;30 ରକ୍ତ ରଂଜିତା ହେଲା ଯୋଗୀ ଙ୍କ ରାମ ରାଜ୍ୟ ରାଜ୍ ପ୍ରୟାଗରାଜ ମେଡିକାଲ କଲେଜ ସାମ୍ନାରେ ଆକ୍ରମଣକାରୀମାନେ ଅତିକ ଓ ଅସରଫକୁ ଗୁଳି କରିଥିଲେ ।
ଉଭୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲେ। କ୍ୟାମେରା ମଧ୍ୟ ଅନ ଥିଲା। ତେବେ ହଠାତ୍ ୩ ଦୁର୍ବୃତ୍ତ ଭିଡ଼ ଭିତରେ ଧସେଇ ପଶିବା ସହ ସର୍ବସମ୍ମୁଖରେ ଅତିକ ଓ ଅଶରଫଙ୍କୁ ଗୁଳିମାଡ଼ କରିଥିଲେ। ପ୍ରଥମ ଗୁଳିଟି ଅତିକଙ୍କ ମୁଣ୍ଡରେ ବାଜିବାରୁ ସେ ଟଲି ପଡ଼ିଥିଲେ। ସେହିପରି ଦ୍ୱିତୀୟ ଗୁଳିରେ ଅଶରଫ ପ୍ରାଣ ହରାଇଛନ୍ତି।
ତେବେ ଯାହା ନାଁ ଶୁଣିଲେ ଦିନେ ପୂରା ଉତ୍ତରପ୍ରଦେଶ କମ୍ପୁଥିଲା, ଭୟ ସୃଷ୍ଟି ହେଉଥିଲା, ସେହି ବାହୁବଳୀ ନେତା ତଥା ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦଙ୍କ ପୁଅକୁ ବି ଏନକାଂଉଟର କରିଛି ୟୁପି ପୁଲିସ । ୟୁପି ପୁଲିସର ସୂଚନା ଅନୁସାରେ, ଅସଦ ଝାନସୀରେ ଲୁଚିଥିବା ଖବର ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଏସଟିଏଫ । ଅସଦ ଓ ତାର ସହଯୋଗୀକୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା । କିନ୍ତୁ ସେ ପୁଲିସ ଉପରକୁ ଗୁଳିମାଡ କରିଥଲା । ତାପରେ ପୋଲିସ ପାଲଟା ଗୁଳିମାଡ କରିଥିଲା । ଆଉ ସେହି ଗୁଳିମାଡରେ ଅସଦର ମୃତ୍ୟୁ ହୋଇଥିଲା । ସେ ସାଂସଦ ଭାବେ ନିର୍ବାଚିତ ହେବା ସହ ପାଞ୍ଚ ଥର ଉତ୍ତରପ୍ରଦେଶ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲା । ବନ୍ଧୁକ ଗୁଳି ଓ ଟଙ୍କା ବଳରେ ନିର୍ବାଚନ ଜିତି ଆସୁଥିଲେ ଆତିକ୍ । କିନ୍ତୁ ଉତରପ୍ରଦେଶରେ ଯୋଗୀ ସରକାର ଆସିବା ପରେ, ସବୁକିଛି ବଦଳିଯାଇଥିଲା ।ୟୁପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପୁଲିସ ଅଧିକାରୀମାନଙ୍କୁ ସଜାଗ ରହିବାକୁ ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।