ହନ୍ତସନ୍ତ ହେଉଛି ଅସହାୟ ବୃଦ୍ଧା

ଫୋକସ ପ୍ଲସ 18/4/23(ବାଲିଆପାଳ): ସରକାରୀ ଯୋଜନା କାହା ପାଇଁ,ଗରିବ,ଅସହାୟ,ମଳିମୁଣ୍ଡିଆ ପାଇଁ ନାଁ ବଡ ବଡ କୋଠା ଜମି,ବାଡ଼ି,ଗାଡି ଘୋଡା ଥାଇ ମାଲା ମାଲ ଥିବା ବ୍ୟକ୍ତି ଙ୍କ ପାଇଁ l ସରକାର ଙ୍କ ମାଳମାଳ ଯୋଜନା ଥିବାବେଳେ ସ୍ଥାନୀୟ ପ୍ରସାଶନର ଆଢ଼ୁଆଳରେ ଅସହାୟା ଅବସ୍ଥାରେ ରହିଛନ୍ତି ବୃଦ୍ଧା ମାଉସୀ । ସରକାର ଡିଡିମ୍ବ ପିଟୁଛନ୍ତି ଗାଁ କୁ କାମ ମାକୁ ସନମାନ, ସରକାରୀ ସହାୟତା କହିଲେ ମାତ୍ର ପାଞ୍ଚ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା। ନା ଅଛି ସରକାରୀ ପକ୍କାଘର,ନାଁ ପାଇଖାନା,ନାଁ ରହିବା ପାଇଁ ବାସଗୃହ,ନା ଶୁଦ୍ଧ ପାନୀୟ ଜଳ। ତେବେ ମାଉସୀ ଙ୍କର ନା ସ୍ବାମୀ ଅଛନ୍ତି ନା ପିଲାମାନେ କେହି ଅଛନ୍ତି ।

ବହୁଦିନରୁ ମାଉସୀ ଏମିତି ଅସହାୟ ଅବସ୍ଥାରେ ରହୁଛନ୍ତି । ତେବେ ବଞ୍ଚିବା ପାଇଁ ସଂଘର୍ଷ କରି ଚାଲିଛନ୍ତି। ଲୋକମାନେ ଯାହା ଦିଅନ୍ତି ସେଥିରେ ସେ ଖାଇପିଇ ଯେନତେନ ପ୍ରକାର ବଞ୍ଚିଛନ୍ତି। ହଁ ଆଜ୍ଞା ଆମେ କହୁଛୁ ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲି ଗ୍ରାମ ପଞ୍ଚାୟତର କାଳସିମୁଳି ଗ୍ରାମରେ ଜରିପାଲ ତଳେ ଜୀବନ ବିତାଉଥିବା ବୃଦ୍ଧା ମାଉସୀ ସାବିତ୍ରୀ ବେହେରା ଙ୍କ କଥା କହୁଛୁ। ସରକାରୀ ପକ୍କାଘର ଯୋଜନା ରୁ ବଞ୍ଚିତ ହୋଇ ଏକ ଜରି ପାଲ ଟଙ୍ଗା ଘରେ ଅଶ୍ବାସ୍ଥ୍ୟକର ପରିବେଷ ମଧ୍ୟରେ ବାକି ଜୀବନ ବିତାଉଛନ୍ତି।

ଯେଉଁଠି ଅନ୍ନପୂର୍ଣ୍ଣା ଯୋଜନାରେ ୩୫ କିଲୋ ଚାଉଳ ପାଇବାର ଥିବାବେଳେ ମାତ୍ର ପାଞ୍ଚ କିଲୋ ଚାଉଳ ମିଳୁଛି। ତେବେ ମାଗିଯାଚି ବାକି ଜୀବନ ବିତାଉଥିବା ବେଳେ ସରକାର ତାଙ୍କୁ ଖଣ୍ଡିଏ ପକ୍କାଘର, ପାଇଖାନା,ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସହିତ ୩୫ କିଲୋ ଚାଉଳ ଯୋଗାଇ ଦିଆଯାଏ ତେବେ ବିଚରା ଅସହାୟ ବିଧଵା ମହିଳା ଜଣକ ବାକି ଜୀବନ ଆନନ୍ଦ ରେ ବିତାଇପାରନ୍ତେ।
ତେବେ ଦେଖିବାକୁ ବାକି ରହିଲା ଅସହାୟ ମାଉସୀ ସାବିତ୍ରୀ ଉପରେ ସ୍ଥାନୀୟ ପ୍ରଶାସନର କେଭେ ଶୁଭ ଦୃଷ୍ଟି ପଡୁଛି,ତାହା ଅପେକ୍ଷା ।

Leave a Reply

Your email address will not be published. Required fields are marked *