ଫେମିନା ମିସ୍ ଇଣ୍ତିଆ ୨୦୨୩ର ମୁକୁଟ ପିନ୍ଧିଲେ ନନ୍ଦିନୀ ଗୁପ୍ତା

ଫୋକସ ପ୍ଲସ 18/4/23(ବ୍ୟୁରୋ): ଶନିବାର ଦିନ ଆୟୋଜିତ ହୋଇଯାଇଛି ୫୯ ତମ’ ଫେମିନା ମିସ୍ ଇଣ୍ତିଆ ୱାର୍ଲଡ’ । ଚଳିତ ବର୍ଷ ୩୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଟା ରାଜସ୍ଥାନର ସୁନ୍ଦରୀ ନନ୍ଦିନୀ ଗୁପ୍ତା ଫେମିନା ମିସ୍ ଇଣ୍ତିଆ ୨୦୨୩ର ମୁକୁଟ ବିଜୟିନୀ ହୋଇଛନ୍ତି ।
ନନ୍ଦିନୀ ଗୁପ୍ତା ନିଜ ଆତ୍ମବିଶ୍ୱାସ ଏବଂ ସୌନ୍ଦର୍ଯ୍ୟରେ ମାତ୍ର 19 ବର୍ଷ ବୟସରେ ମିସ୍ ଇଣ୍ତିଆର ଟାଇଟେଲ୍ ଜିତିଥିବାବେଳେ ଶ୍ରେୟା ପୂଞ୍ଜା ପ୍ରଥମ ରନର୍ ଅପ୍ ଏବଂ ମଣିପୁରର ଥୁନାୱେଜମ ଷ୍ଟ୍ରେଲା ଲୁୱାଙ୍ଗ ଦ୍ୱିତୀୟ ରନର ଅପ୍ ହୋଇଛିନ୍ତି । ମଣିପୁରରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଚାରପତି ପ୍ୟାନେଲରେ ସିନି ସେଟ୍ଟୀ, ମେଣ୍ଟର ନେହା ଧୂପିଆ, କୋରିଓଗ୍ରାଫର ଟେରେନ୍ସ ଲୁଇସ୍, ହର୍ଷବର୍ଦ୍ଧନ କୁଲକର୍ଣ୍ଣି, ବକ୍ସିଂ ଆଇକନ୍ ସରିତା ଦେବୀ, ଡିଜାଇନର୍ ରକି ଷ୍ଟାର ଏବଂ ନମ୍ରତା ଜୋଶିପୁରା ପ୍ରମୁଖ ରହିଥିଲେ ।

Leave a Reply

Your email address will not be published. Required fields are marked *