କେବେ ଖାଇଛନ୍ତି କି ଖଟା ଚିକେନ

ଫୋକସପ୍ଲସ 18/05/2023::(ବିରୋ)::ସାଧାରଣତଃ ଆପଣ ମାନେ ଚିକେନ କୁ ବହୁତ ପ୍ରକାର ର ରୋଷେଇ କରିକି ଖାଇଥିବେ କିନ୍ତୁ ଆପଣ କେବେ ଖାଇଛନ୍ତି ଖଟା ଚିକେନ ..ହଁ ଅବଶ୍ୟ ଆପଣ ବହୁତ ପ୍ରକାର ଖଟା ବା ଆଚାର ଖାଇଥିବେ! କିନ୍ତୁ ଏଇ ଭଳି କେବେ ଖାଈନଥିବେ ତାହେଲେ ଦେଖନ୍ତୁ କଣ କଣ ଆବଶ୍ୟକ ଖଟା ଚିକେନ କରିବାପାଇଁ!

ଆବଶ୍ୟକ ଜିନିଷ::- ଚିକେନ୍‌ ନିଅନ୍ତୁ , ପିଆଜ- ଅଦା-ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ୍‌, ଗୋଟା ପାନ ମଧୁରି,କଳା ଜିରା, ମେଥି, ତେଲ, ଲବଙ୍ଗ, ଗୁଜୁରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଦହି, ଚାଟ୍‌ ମସଲା, ଆଚାର ଓ ଆବଶ୍ୟକ ମୁତାବକ ଲୁଣ ନିଅନ୍ତୁ!

ବର୍ତମାନ ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସାରିବା ପରେ ଏକ ପାତ୍ରରେ ରଖନ୍ତୁ। ପରେ ଗୋଟା ପାନ ମଧୁରି,କଳା ଜିରା ଓ ଅଳ୍ପ ମେଥି ପକାଇ ଭାଜି ଦିଅନ୍ତୁ। ଏହା ଭାଜି ହୋଇଗଲା ପରେ ତାକୁ ଗ୍ରାଇଣ୍ଡିଂ କରି ଏହା ର ଗୋଟେ ପେଷ୍ଟ କରିଦିଅନ୍ତୁ। ପରେ ଚିକେନରେ ଦହି, ଅଦା ରସୁଣ ପେଷ୍ଟ, ଲୁଣ, ହଳଦି ଗୁଣ୍ଡ ଓ ଗ୍ରାଇଣ୍ଡିଂ କରି ରଖିଥିବା ଗୁଣ୍ଡକୁ ପକାଇ ଭଲଭାବରେ ଗୋଳେଇ ମ୍ୟାରିନେଟ୍ କରି ରଖନ୍ତୁ। ଆଉ କିଛି ସମୟ ପରେ ଆପଣ ତାକୁ ରୋଷେଇକରନ୍ତୁ! ଆଉ ପୁରା ପରିବାର ସହ ମିଶିକି ଖାଆନ୍ତୁ! ଆଉ ଖଟାଚିକେନ ର ମଜା ନିଅନ୍ତୁ!

Leave a Reply

Your email address will not be published. Required fields are marked *