ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହାୟତାରେ ଐତିହାସିକ ଦାମୟନ୍ତୀ ସାଗରର ପୁନଃରୁଦ୍ଧାର…

କୋଟପାଡ଼: କୋଟପାଡ଼ର ଗଙ୍ଗା ରୂପେ ପରିଚିତ ଐତିହାସିକ ଦମୟନ୍ତୀ ସାଗର ଏବଂ ଦେୱାନ ମୁଣ୍ଡା ପୋଖରୀର ପୁନରୁଧାର ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର,ଏହାର ସମସ୍ତ ଶ୍ରେୟ ଯିବ ଭାରତ ମିଡ଼ିଆ ଆସୋସିଏସନ ସଂଘର ସାମ୍ବାଦିକମାନଙ୍କ ଖବର ପ୍ରସାରଣ ଉପରେ l କାରଣ ବହୁତ ବର୍ଷ ହେଲା କୋଟପାଡ଼ର ଗଙ୍ଗା ରୂପେ ପରିଚିତ ଦମୟନ୍ତୀ ସାଗର ଅବହେଳିତ ଅବସ୍ଥାରେ ରହିଥିଲା ଏବଂ ସାଗରଟି ପଙ୍କ ଆଉ ଦଳରେ ପରିପୁର୍ଣ ରହିଥିଲା l କିଛି ଦିନ ପୂର୍ବେ ଭାରତ ମିଡ଼ିଆ ଆସୋସିଏସନ ସଙ୍ଘର ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ଗଣମାଧ୍ୟମରେ ଖବର ପରିବେଷଣ ପରେ କିଛି ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ୫ଟି ସଚିବ ଭି. କେ. ପାଣ୍ଡିଆନ ଦମୟନ୍ତୀ ସାଗର ଗସ୍ତ କରି ଫେରିଥିଲେ ଓ ଏହାର କିଛି ଦିନ ପରେ ରାଜ୍ୟର ଏକ ଟିମ ଆସିଥିଲେ ଏବଂ ବର୍ଷା ଋତୁ ସରିବା ପରେ ଦମୟନ୍ତୀ ସାଗରର ପୁନଃରୁଦ୍ଧlର କାର୍ଯ୍ୟ “ମୋ ପୋଖରି “ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ l ଖୁସିର କଥା ରାଜ୍ୟ ସରକାରଙ୍କ ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପ l କିନ୍ତୁ ଅଞ୍ଚଳ ବାସୀଙ୍କ ପାଇଁ ଦୁଃଖ ଓ ବିଡମ୍ବନାର ବିଷୟ ଦମୟନ୍ତୀ ସାଗରର ଅର୍ଦ୍ଧାଧିକ ଅଂଶ ଅଞ୍ଚଳର କିଛି ବଡ଼ ବଡ଼ିଆଙ୍କ ଦ୍ୱାରା କବଳିତ l କାରଣ ପୂର୍ବରୁରାଜସ୍ବ ବିଭାଗ ଖାତାରେ ଦମୟନ୍ତୀ ସାଗରର ସମ୍ପୂର୍ଣ ଅଞ୍ଚଳ 110 ଏକର ଜମିରେ ଥିବାବେଳେ, ବର୍ତମାନ ରାଜସ୍ବ ବିଭାଗ ମାତ୍ର 60 ଏକର ପୌରପରିଷଦକୁ ହସ୍ତାନ୍ତର କରିବା ରାଜସ୍ବ ବିଭାଗର ଜମି ମାଫିଆଙ୍କ ସଲାସୁତୁରା ଆଡକୁ ଆଙ୍ଗୁଳି ନିର୍ଦେଶ କରୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ଏ ବିଷୟରେ ମାନନୀୟ କୋଟପାଡ଼ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ମତାମତ ନେବାରୁ ସେ ପ୍ରଶାସନ ଦ୍ୱାରା ତଦନ୍ତ କରାଯାଇ ଦଲାଲଙ୍କ କବଳରୁ ଜମିକୁ ମୁକ୍ତ କରାଯାଇ ପୌର ପରିଷଦକୁ ହସ୍ତାନ୍ତର କରାଯିବ ବୋଲି କହିଥିଲେ l ଆଜି ଭୁବନେଶ୍ୱରରୁ ଏକ ଟିମ ଆସି ମିଶନ ଶକ୍ତି ମହିଳା ମାନଙ୍କୁ ଏହି ଜଳାଶୟ ଗୁଡିକର ପୁନଃରୁଦ୍ଧାର ପାଇଁ ଦାୟିତ୍ୱ ଦେଇଥିବା ବେଳେ, ତୁରନ୍ତ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାରଙ୍କ ତରଫରୁ ଅର୍ଥ ରାଶି ମଞ୍ଜୁର କରିଥିଲେ l ଦେଖିବାକୁ ବାକି ରହିଲା ରାଜ୍ୟ ସରକାର ଏହି ଜମି କଵଜା ଦଲାଲଙ୍କ କବଳରୁ ମା ଦମୟନ୍ତୀର ଜମିକୁ କେବେ ମୁକ୍ତ କରୁଛନ୍ତି ଓ ଅଞ୍ଚଳବାସୀଙ୍କ ଦୁଃଖ ଦୂର କରୁଛନ୍ତି l

Leave a Reply

Your email address will not be published. Required fields are marked *