ସାମ୍ବାଦିକଙ୍କୁ ନାଲି ଆଖି ଦେଖାଉଛନ୍ତି ଜିଲ୍ଲା ପରିଷଦ ମ୍ୟାଡ଼ାମ….

Talcher; ସାମ୍ବାଦିକଙ୍କୁ ନାଲି ଆଖି ଦେଖାଉଛନ୍ତି ଜିଲ୍ଲା ପରିଷଦ ମ୍ୟାଡ଼ାମ…କାହିଁକି ଦେଖାଉଛନ୍ତି ନାଲି ଆଖି….କଣ ରହିଛି ତାଙ୍କର ଉଦେଶ୍ୟ.. ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ତାଳଚେର ନିର୍ବାଚନ ମଣ୍ଡଳୀର କୋଡିଏ ନମ୍ବର ଜୋନର ଜିଲ୍ଲା ପରିଷଦ ରୀତା ରାଣୀ ଦାସ ଙ୍କ କଥା..ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ତାଳଚେର ନିର୍ବାଚନ ମଣ୍ଡଳୀ ଜୋନ-ନଂ ୨୦ ର ଜିଲ୍ଲା ପରିଷଦ ରୀତାରାଣୀ ଦାସ ଅବକାରୀ ଅଧିକାରୀଙ୍କ ବିରୁଦ୍ଧରେ ଖବର ପ୍ରସାରଣ କରିବା ପାଇଁ ସାମ୍ବାଦିକ ରବୀନ୍ଦ୍ର ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ l ସାମ୍ବାଦିକ ରବୀନ୍ଦ୍ର ନାଥ ସେଠ.ଜିଲ୍ଲା ପରିଷଦ ରୀତା ରାଣୀ ଦାସ ଙ୍କ ପାଖକୁ ଆସିବା ବିଳମ୍ବ ହେବାରୁ ସେ ସାମ୍ବାଦିକ ରବୀନ୍ଦ୍ର ନାଥ ସେଠ ଙ୍କୁ ବିଭିନ୍ନ ପ୍ରକାର ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ l ସମୟକ୍ରମେ ଗତକାଲି ତାଳଚେର ହାଟତୋଟା ପ୍ରଜା ମଣ୍ଡଳଠାରେ ଓଡିଶା ସରକାରଙ୍କ “ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ” ଉଦଘାଟନ ଉତ୍ସବରେ ସାମ୍ବାଦିକ ରବୀନ୍ଦ୍ର ନାଥ ଯୋଗ ଦେଇ ଖବର ପ୍ରସାରଣ କରିବା ପାଇଁ ଭିଡିଓ ଏବଂ ଫୋଟ ଉତ୍ତଳନ କରି ଥିଲେ ଠିକ୍ ସେହି ସମୟରେ ଜିଲ୍ଲା ପରିଷଦ ରୀତା ରାଣୀ ଦାସ ଫୋଟ ଉଠାଇବାକୁ l ବିରୋଧ କରି ହଠାତ୍ ରାଗିଯାଇ ସାମ୍ବାଦିକ ରବୀନ୍ଦ୍ର ନାଥ ସେଠ ଙ୍କୁ ଭିଡିଓ ବା ଫୋଟ କରିବା ପାଇଁ ବାରଣ କରିଥିଲେ l କିନ୍ତୁ ସରକାରଙ୍କ ନୂଆ ଯୋଜନା ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମ ହୋଇଥିବାରୁ ସାମ୍ବାଦିକ ରବୀନ୍ଦ୍ର ନାଥ ସେଠ.ଫଟୋ ଭିଡିଓ ଉତ୍ତୋଳନ ଜାରି ରଖିଥିଲେ l ଏହାକୁ ସହି ନପାରି ପୂର୍ବ ରାଗ ରଖି ସାମ୍ବାଦିକ ରବୀନ୍ଦ୍ର ଙ୍କୁ ସଭା ମଧ୍ୟରେ ବହୁତ ଖରାପ ଭାଷାରେ ଗାଳି ଗୁଲଜ ଓ ଜୀବନରୁ ମାରିଦେବାକୁ ଧମକ ଦେବା ସହ ସାମ୍ବାଦିକ ଙ୍କ କ୍ୟାମେରାକୁ ଭାଙ୍ଗିଦେବାର ଉଦ୍ଦେଶ୍ୟ ରଖି ସାମ୍ବାଦିକ ଙ୍କ ହାତରୁ ଛଡେଇବାକୁ ଚେଷ୍ଟା କରୁଥିଲେ l ଏହି ସମୟରେ ସାମ୍ବାଦିକ ରବୀନ୍ଦ୍ର ନାଥ ସେଠ ପ୍ରତିବାଦ କରିବା ସହ ଉକ୍ତ ସଭାରେ ମୋତେ କାହିଁକି ଗାଳିଗୁଲଜ କରୁଛନ୍ତି.ବୋଲି ପଚାରିବାରୁ ସେ ଉତକ୍ଷିପ୍ତ ହୋଇ ତୁ କି ସାମ୍ବାଦିକ ବେ ତୁ ଗୋଟିଏ ଦୁଇ ଟଙ୍କିଆ ସାମ୍ବାଦିକ ତୋ ଔକାତ କଣ.ତୁ ସିଧା ଏ ସଭା ଛାଡି ପଳା l ଯଦି ମୋ ସାମ୍ନାରେ କେବେ ଦେଖା ହୁଏ ତୋତେ ଲୋକ ଲଗାଇ ଗାଡି ଛଡାଇ ମାରିଦେବି l ଆମେ ସରକାରୀ ଦଳରେ ଅଛୁ, ତୁ ଯୋଉ ପୋଲିସ ପ୍ରଶାସନ ପାଖକୁ ଯିବୁ ମୋର କେହି କିଛି କରିପାରିବେ ନାହିଁ ବୋଲି କହି ରାଗ ତମତମ ହୋଇ ଚାଲିଗଲେ l

 

 

 

ଏ ଘଟଣାକୁ ନେଇ ସାମ୍ବାଦିକ ରବୀନ୍ଦ୍ର ନାଥ ସେଠ ତାଳଚେର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି.ଆହୁରି ମଧ୍ୟ ସାମ୍ବାଦିକ ରବୀନ୍ଦ୍ର ନାଥ ସେଠ କହି ଛନ୍ତି ସଭା ମଧ୍ୟରେ ଯେଉଁ ଭଳି ଭାବରେତାଙ୍କୁ ଆକ୍ଷେପ କରି ସମ୍ପୃକ୍ତ ଜିଲ୍ଲାପରିଷଦ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଲେ, ତାହା ଠିକି ନୁହେଁ ତେଣୁ ମୁଁ ଜଣେ କାର୍ଯ୍ୟରତ ସାମ୍ବାଦିକ ହୋଇଥିବାରୁ ମୁଁ ନିଜକୁ ସୁରକ୍ଷିତ ମନେକରୁନି, ଏହାର ବିଦ୍ଧିବଦ୍ଧ ତଦନ୍ତ କରି ମୋ ଜୀବନ ପ୍ରତି ଥିବା ବିପଦକୁ ହଟାଇ ମୋତେ ନ୍ୟାୟ ପ୍ରଦାନ କରା ଯାଉ..ବିରୋ ରିପୋର୍ଟ ଫୋକସ ପ୍ଲସ..

Leave a Reply

Your email address will not be published. Required fields are marked *