କଣ୍ଟାମାଳରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ

କଣ୍ଟାମାଳ: ହାଇସ୍କୁଲ ଖେଳ ପଡିଆରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭର୍ଚୁଆଲ ମାଧ୍ୟମରେ କଣ୍ଟାମାଳ ବିଧାୟକଙ୍କ ସହିତ କଥା ହୋଇଥିଲେ ।କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇଗୋଟି ବ୍ଲକର ୩୬ଟି ପଞ୍ଚାୟତରେ ୬୫୬ଗୋଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ୧୮କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ! ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଏହି ୬୫୬ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ୫ଟି ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ସୂଚନା ଦେଇଥିଲେ ।କଣ୍ଟାମାଳ ବିଡିଓ ସାମୀ ଜୟଶ୍ରୀ ରେଡ଼ୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ମହୀଧର ରଣା, କଣ୍ଟାମଳ ତହସିଲଦାର ଶ୍ଵେତପଦ୍ମା ଯୋଶୀ, ଜିଲ୍ଲା ପରିଷଦ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ, ବ୍ଲକ ଅଧକ୍ଷା ସସ୍ମିତା ସେନାପତି, ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ ,ସିଡିପିଓ ଜ୍ୟୋସ୍ନାରାଣୀ ପାଢ଼ୀ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା କଣ୍ଟାମଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସୁବୋଧ ପ୍ରଧାନ, ଯୁବ ବିଜେଡି ସଭାପତି ଶମ୍ଭୁ ପ୍ରସାଦ ସାହୁ , ସରକାରୀ ଓକିଲ ରାଧାବଲ୍ଲବ ପ୍ରଧାନ, ସୁରେଶ ରଣା, କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଗଠକ ପ୍ରଶାନ୍ତ ରଣା , କଣ୍ଟାମାଳ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ, କନିଷ୍ଟ ଯନ୍ତ୍ରୀ ଦିବ୍ୟ ରଞ୍ଜନ ନାୟକ,ଜିପିଇଓ ଜ୍ୟୋତି ରଞ୍ଜନ ବେହେରା , ଏପିଓ ସୁଶାନ୍ତ ବେହେରା, ପଂଚାୟତ ନିର୍ବାହୀ ଅଧିକାରୀ ଜୟଦେବ ପ୍ରଧାନ,ଜ୍ଞାନ ରଞ୍ଜନ ମିଶ୍ର, ଟୁଟୁ ରାଉତ, କଣ୍ଟାମାଳ ବ୍ଲକର ସମସ୍ତ ଜିଆରଏସ , ସରପଞ୍ଚ , ସମିତି ସଭ୍ୟ ,ଏମବିକେ ,ସି ଆର.ପି , ସ୍ୱୟଂ ସହାୟକ ଗୋଷ୍ଟିର ମହିଳା , ଅଙ୍ଗନବାଡି କର୍ମୀଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ଓ ଜନସଧାରଣ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *