ଅନୁଗୁଳରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୁଶ ପୁତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା ।

ଅନୁଗୁଳରେ: ଚର୍ଚ୍ଚାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାର ବିଧାନସଭାରେ ମହିଳାଙ୍କ ଉପରେ ଅଶ୍ଳୀଳ ବିବୃତ୍ତିକୁ ନେଇ କଡା ସମାଲୋଚନା କରିବା ସହ ନିନ୍ଦା କରିଛି ବିଜେପି । ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ପଦରେ ରହି ମହିଳା ମାନଙ୍କ ପ୍ରତି ଏଭଳି ଅଶ୍ଳୀଳ ମନ୍ତବ୍ୟ ଗଣତନ୍ତ୍ର ପ୍ରତି ଶୋଭନୀୟ ନୁହେଁ ବୋଲି କହିଛି ବିଜେପି । ସେପଟେ ମହିଳାଙ୍କ ପ୍ରତି ନୀତିଶ କୁମାର ଦେଥିବା ଅଶ୍ଳୀଳ ବିବୃତ୍ତିକୁ ଦୃଢ ନିନ୍ଦା କରିଛି ଅନୁଗୁଳ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା । ତେବେ ଏହି ପ୍ରସଙ୍ଗକୁ ନେଇ ବିଜେପି ର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ ଙ୍କ ନେତୃତ୍ୱରେ ଅନୁଗୁଳ ସହରର ସ୍ଥାନୀୟ ରାଜା ଛକ ଠାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କର କୁଶ ପୁତଳିକା ଦାହ କରାଯାଇଛି |

Leave a Reply

Your email address will not be published. Required fields are marked *