ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ଦୁଷ୍କର୍ମକାରୀ ୨ ଶିକ୍ଷକ ଗିରଫ |

 

ନବରଙ୍ଗପୁର11/11/2023;ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ଏକ ସେବାଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଆଜି ପୀଡ଼ିତାଙ୍କ ୧୬୧ରେ ବୟାନ ରେକର୍ଡ କରାଯାଇଛି। ପୀଡ଼ିତାଙ୍କ ମାନସିକ ଅବସ୍ଥା ସ୍ଥିର ହେବା ପରେ ୧୬୪ରେ ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି। ଦୁଇ ଦୁଷ୍କର୍ମ ଅଭିଯୁକ୍ତ ତଥା ସେବାଶ୍ରମର ପ୍ରଧାନଶିକ୍ଷକ ସୁରେନ୍ଦ୍ର ବିଶ୍ଵାସ ଓ ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ୧୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଓ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପହଞ୍ଚିଥିବା ବେଳେ ଆସନ୍ତାକାଲି ପୀଡ଼ିତାଙ୍କ ଗାଁକୁ ଯାଇ ତଥ୍ୟ ସଂଗ୍ରହ କରିବ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ କମିଟି।
ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିଲେ ମଧ୍ୟ ମାନସିକ ଭାବେ ଗଭୀର ଆଘାତ ପାଇଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି। ଡାକ୍ତରଖାନାରେ ପୀଡ଼ିତାଙ୍କ ମା’ ଓ ବାପା ରହିଛନ୍ତି। ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଓ ସଭ୍ୟ ପୀଡ଼ିତାଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ପୀଡ଼ିତାଙ୍କ ବାପାଙ୍କ ଏତଲାକୁ ଆଧାର କରି କୁନ୍ଦେଇ ଥାନାରେ ମାମଲା ରୁଜୁ ହୋଇଛି। କେଶ୍ ନମ୍ବର-୧୦୬/୨୩ ଏବଂ ଦଫା ୩୭୬ ଓ ୬ ପୋସ୍କୋ ଆଇନରେ ଅଭିଯୁକ୍ତ ତଥା ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର ବିଶ୍ଵାସ ଓ ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ ଗିରଫ କରାଯାଇଛି। ସନ୍ଧ୍ୟାରେ ଦୁଇ ଅଭିଯୁକ୍ତଙ୍କୁ ନବରଙ୍ଗପୁର ଏଡିଜେ (ପୋକ୍ସ) ସ୍ବତନ୍ତ୍ର ବିଚାରପତିଙ୍କ ନିକଟରେ ହାଜର ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା!

ଅଧିକାରୀ ପ୍ରଶାନ୍ତ ସେଠୀ ସୂଚନା ଦେଇଛନ୍ତି! ମାମଲା ରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି! ଅନ୍ୟପକ୍ଷେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାତୀୟ ମାନବାଧିକାର କମିସନ (ଏନ୍ଏଚ୍ଆର୍‌ସି) ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏକ ସ୍ଵେଚ୍ଛାସେବୀ ସଂଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାସ। ଶ୍ରୀ ଦାସଙ୍କ ଅଭିଯୋଗ ପରେ ମାମଲା ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ୧୮୮୦୩/ ଆଇନ/୨୦୨୩ ରେ ଡାଏରି ହୋଇଛି । ରାଇଘର ମହିଳା ବିଜେପି ନେତ୍ରୀ ପ୍ରୀତିସ୍ନିଗ୍ଧା ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ କୁନ୍ଦେଇ ଥାନାକୁ ଯାଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ଗାଁକୁ ଯାଇ ତଥ୍ୟ ସଂଗ୍ରହ କରିବ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ କମିଟି। ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ। ଶ୍ରୀ ତ୍ରିପାଠୀ ସୂଚନା ଦେଇ କହିଛନ୍ତି, ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେବା ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛନ୍ତି। କମିଟିର ଅଧ୍ୟକ୍ଷ ରହିବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଅନ୍ୟ ସଭ୍ୟଙ୍କ ମଧ୍ୟରେ କମିଟିରେ ଅଛନ୍ତି, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଏଆଇସିସି ସଭ୍ୟା ମନୀଷା ତ୍ରିପାଠୀ, ହାରାବତୀ ଗଣ୍ଡ, ଜିଲ୍ଲା ସଭାନେତ୍ରୀ ଗୀତାରାଣୀ ସମରଥ, ଲିପିକା ମାଝୀ, ଆଇନଜୀବୀ ରାମ ପ୍ରସାଦ ପାତ୍ର, ସନ୍ତୁଳା ଦୁରିଆ, ଶୁଭଲାନ ସାନ୍ତା ଓ ସନରାଜ ଗଣ୍ଡ ଏମାନଙ୍କ ସହିତ ପଦ୍ମନ ବିଷୋୟୀ, ସୁରଜ ଲାଲ, ଦିବାକର ପୂଜାରୀ,!ପ୍ରକାଶ ସାମନ୍ତରାୟ ଓ ନବ କିଶୋର ମନ୍ଦିର ବି ପୀଡ଼ିତାଙ୍କ ଗାଁକୁ ଆସନ୍ତାକାଲି ଯିବେ। ସେବାଶ୍ରମର ଶିକ୍ଷକ, ଛାତ୍ରଛାତ୍ରୀ, ପୀଡ଼ିତାଙ୍କ ବାପା ଓ ମା’, ଚିକିତ୍ସା କରିଥିବା ଡାକ୍ତର, କୁନ୍ଦେଇ ଥାନା ଅଧିକାରୀ, ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଏହି କମିଟି ସାକ୍ଷାତ କରିବେ। କମିଟି ରିପୋର୍ଟ ଅନୁସାରେ ଦଳ ପକ୍ଷରୁ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଏ ସମ୍ପର୍କରେ ଆସନ୍ତାକାଲି ଆଉ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଗଣଦୁଷ୍କର୍ମ ମାମଲା ମଧ୍ୟ ରାଜ୍ୟ ମାନବାଧିକାର କମିସନ (ଓଏଚ୍ଆରସି)ରେ ପହଞ୍ଚିଛି। ଆଇନଜୀବୀ ତଥା ମାନବାଧିକାର କର୍ମୀ ପ୍ରବୀର ଦାସ ଖବର କାଗଜରେ ପ୍ରକାଶିତ ଖବରକୁ ଆଧାର କରି ଆଜି କରିଥିବା ଅଭିଯୋଗକୁ ଗ୍ରହଣ କରିଛନ୍ତି ଓଏଚ୍ଆରସି। କମିସନ ସଦସ୍ୟ ଅସୀମ ଅମିତାଭ ଦାଶ ଅଭିଯୋଗର ଶୁଣାଣି କରି ନବରଙ୍ଗପୁର ଜିଲ୍ଲାପାଳ, ଏସ୍‌ପି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସେହିପରି ପୀଡ଼ିତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆବଶ୍ୟକ ପଡ଼େ ତା ହେଲେ ସରକାରୀ ଖର୍ଚ୍ଚରେ ଉଚ୍ଚ ସ୍ବାସ୍ଥ୍ୟ ଅନୁଷ୍ଠାନରେ ଚିକିତ୍ସା କରାଇବା ପାଇଁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଗତ ୭ ତାରିଖ ସକାଳ ପ୍ରାୟ ୧୦ଟାରେ ପୀଡ଼ିତା ଶୌଚାଳୟକୁ ଯାଇଥିବା ବେଳେ ଦୁଇ ଅଭିଯୁକ୍ତ ଶିକ୍ଷକ ତାଙ୍କୁ ଦୁଷ୍କର୍ମ କରିଥିଲେ । ଲୋକଲଜ୍ଜାରୁ ରକ୍ଷା ପାଇବାକୁ ସେ ପ୍ରଥମେ ଏ ବିଷୟରେ ଘରେ ଜଣାଇ ନଥିଲେ। ପରେ ସ୍ଵାସ୍ଥ୍ୟବସ୍ଥା ଖରାପ ହେବାରୁ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନାରେ ନର୍ସ ସନ୍ଦେହ କରି କଥାବାର୍ତ୍ତା ହେବାରୁ ପୀଡ଼ିତା ଘଟଣା ସମ୍ପର୍କରେ କହିଥିଲେ ।

Leave a Reply

Your email address will not be published. Required fields are marked *