ଚେଳିତୋଳ ବାଲିଯାତ୍ରା ପାଇଁ ଭୂମିପୂଜା

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଗୋପିଆକୁଦ ସ୍ଥିତ ଚେଳିତୋଳ ବାଲିଯାତ୍ରା ଓ ବୋଇତ ବନ୍ଧାଣ ପାଇଁ ଆଜି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନେତୃତ୍ୱରେ ଭୂମିପୂଜା କାର୍ଯ୍ୟକ୍ରମ ହୋଇଯାଇଛି । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ଚେଳିତୋଳ ବାଲିଯାତ୍ରା ଅନୁଷ୍ଠିତ ହେବାପାଇଁ ବିଧାୟକ ବିଜୟ ଶଙ୍କର ଦାସ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ନିକଟରେ ପୂଜାର୍ଚନା ପରେ ବାଲିଯାତ୍ରା ହୋମ ଯଜ୍ଞ କରି ଶୁଭାରମ୍ଭ କରିଛନ୍ତି । ବାଲିଯାତ୍ରାର ଐତିହ ପରମ୍ପରା ଗାଥାକୁ ମନେ ପକାଇବା ପାଇଁ ଆଜକୁ ୨୨ବର୍ଷ ହେବ ତିର୍ତ୍ତୋଲ ଗୋପିଆକୁଦ ଠାରେ ଅନୁଷ୍ଠିତ ହୋଇ ଆସୁଛି ଏହି ବାଲିଯାତ୍ରା ୭ଦିନ ବ୍ୟାପି ଚାଲିବ ବୋଲି କମିଟିର ସଦସ୍ୟମାନଙ୍କ ପକ୍ଷରୁ କୁହାଯାଇଛି,ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ମହାପାତ୍ର, ବିମଳ ମହାପାତ୍ର, ଅଶ୍ୱିନ ବିଶ୍ବାଳ, ତାରାକାନ୍ତ ଜେନା, ତିର୍ତୋଲ ସମିତିସଭ୍ୟ ପ୍ରବୀର ରାୟ, ଆତ୍ମା ଅଧ୍ୟକ୍ଷ ଦେବେନ୍ଦ୍ର ମଲ୍ଲିକ, ଦେବୀପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *