ସ୍ତ୍ରୀ’କୁ ଖୁସି କରିବା ପାଇଁ ପୁଲିସ ସିଷ୍ଟମକୁ ହ୍ୟାକ କଲା ସ୍ୱାମୀ

ମୁମ୍ବାଇ: ସ୍ତ୍ରୀ କୁ ଖୁସି କରିବା ପାଇଁ ମୁଣ୍ଡକୁ ଜୁଟିଲା ଅଜବ ବୁଦ୍ଧି | ଆଉ ଏହି କାରସାଦି ପାଇଁ ଏବେ ସ୍ୱାମୀଙ୍କୁ ଜେଲ ଯିବାକୁ ପଡିଛି | ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ଏବେ ଜଣେ ୨୭ ବର୍ଷୀୟ ସିଭିଲ ଇଂଜିନିୟରଙ୍କୁ ଗିରଫ କରିଛି | ଏହି ଇଂଜିନିୟର ଜଣକ ନିଜ ପତ୍ନୀଙ୍କ ପାସପୋର୍ଟ ଭେରିଫିକେସନ ପାଇଁ ପାସପୋର୍ଟ ଭେରିଫିକେସନ ବ୍ରାଞ୍ଚର ସିଷ୍ଟମକୁ ହ୍ୟାକ କରିଥିଲେ | ଏଭଳି କରି ଯୁବକ ଜଣକ ପତ୍ନୀଙ୍କ ସମେତ ଆଉ ଦୁଇଜଣଙ୍କ ପାସପୋର୍ଟକୁ ମଧ୍ୟ ମଞ୍ଜୁରୀ ଦେଇଦେଇଥିଲେ | ଏହି ଅଭିଯୁକ୍ତଙ୍କ ନାମ ରାଜା ବାବୁ ସାହ ହୋଇଥିବାବେଳେ ତାଙ୍କୁ ଉତ୍ତରପ୍ରଦେଶର ଗାଜିଆବାଦରୁ ଗିରଫ କରାଯାଇଛି |

ପୁଲିସ କହିଛି ଯେ ଅଭିଯୁକ୍ତ ଜଣକ ନିଜ ପତ୍ନୀଙ୍କୁ ଖୁସି କରିବା ପାଇଁ ଏଭଳି ବାଟ ଆପଣାଇଥିଲେ | ତାଙ୍କ ପତ୍ନୀ ବିଦେଶ ଯିବା ପାଇଁ ପାସପୋର୍ଟ ଆବେଦନ କରିଥିଲେ | ତେବେ ପାସପୋର୍ଟ କିଭଳି ଶୀଘ୍ର ପୁଲିସ ଭେରିଫିକେସନ ହୋଇ ମିଳିଯିବ ସେଥିପାଇଁ ସେ ପାସପୋର୍ଟ ଭେରିଫିକେସନ ବ୍ରାଞ୍ଚର ସିଷ୍ଟମକୁ ହ୍ୟାକ କରିଥିଲେ | ଏନେଇ ଯେଭଳି କାହାର ସନ୍ଦେହ ନ ହେବ ସେଥିପାଇଁ ଆଉ ଦୁଇ ଜଣଙ୍କର ପାସପୋର୍ଟ ମଧ୍ୟ ଭେରିଫାଇ କରିଦେଇଥିଲେ |

ଯେତେବେଳେ ବିନା ପୁଲିସ ତଦନ୍ତରେ ପାସପୋର୍ଟ ଭେରିଫାଇ ହୋଇଥିବାର ସନ୍ଦେହ ହୋଇଥିଲା ଏହା ପରେ ତଦନ୍ତ କରାଯାଇଥିଲା | ଶେଷରେ ଏହା ପଛରେ ରାଜା ବାବୁଙ୍କର ହାତ ଥିବା ଜଣାପଡିଥିଲା |

Leave a Reply

Your email address will not be published. Required fields are marked *