ଫୋକସ ପ୍ଲୁସ 15/11/2023; ‘ଟାଇଗର ୩’ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି। ସଲମାନଙ୍କ କ୍ୟାରିୟରର ସର୍ବୋତ୍ତମ ଆରମ୍ଭ ହୋଇଛି। ଫିଲ୍ମଟି ପ୍ରଥମ ଦିନରେ ଜବରଦସ୍ତ ରୋଜଗାର କରି ଚଳିତ ବର୍ଷର ବ୍ଲକ୍ବଷ୍ଟର ‘ଗଦର ୨’ କୁ ଅତିକ୍ରମ କରିଛି। ଏହା ‘ଜବାନ’କୁ ମଧ୍ୟ ରୋଜଗାରରେ ପଛରେ ପକାଇ ଦେଇଛି। ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ସଲମାନ ଖାନ, କ୍ୟାଟ୍ରିନା କୈଫ୍ ଏବଂ ଇମ୍ରାନ ହାଶ୍ମମୀଙ୍କ ଅଭିନୀତ ‘ଟାଇଗର ୩’ ମୁକ୍ତିଲାଭ କରିଛି। ଏହି ଫିଲ୍ମ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି। ସଲମାନଙ୍କ କ୍ୟାରିୟରର ସର୍ବୋତ୍ତମ ଆରମ୍ଭ ହୋଇଛି। ଫିଲ୍ମଟି ପ୍ରଥମ ଦିନରେ ଜବରଦସ୍ତ ରୋଜଗାର କରି ଚଳିତ ବର୍ଷର ବ୍ଲକ୍ବଷ୍ଟର ‘ଗଦର ୨’ କୁ ଅତିକ୍ରମ କରିଛି। ସେହିପରି ଫିଲ୍ମ ଦ୍ୱିତୀୟ ଦିନରେ ମଧ୍ୟ ରେକର୍ଡ ଭଙ୍ଗା ରୋଜଗାର କରିଛି। ଏହା ‘ଜବାନ’ ଏବଂ ‘ଗଦର ୨’ ର ଦ୍ୱିତୀୟ ଦିନର ରୋଜଗାରକୁ ପଛରେ ପକାଇ ଦେଇଛି। ଏକ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ ଷ୍ଟାରର ‘ଟାଇଗର ୩’ ର ଆନୁମାନିକ ଦ୍ୱିତୀୟ ଦିନର ସଂଗ୍ରହ ବକ୍ସ ଅଫିସରେ ଅତି କମରେ ୩୦ ପ୍ରତିଶତ ବୃଦ୍ଧିପାଇଛି। ଏହି ଫିଲ୍ମ ପ୍ରଥମ ଦିନରେ ୪୪.୫ କୋଟି ଟଙ୍କା ଆୟ କରିଥିଲା। ଦ୍ୱିତୀୟ ଦିନରେ, ଫିଲ୍ମ ସଂଗ୍ରହରେ ବହୁତ ଭଲ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରଟି ଭାରତରେ ୫୭.୫୦ କୋଟି ଟଙ୍କାର ନେଟ୍ ରୋଜଗାର କରିଛି। ଦ୍ୱିତୀୟ ଦିନରେ ଜବରଦସ୍ତ ରୋଜଗାର କରି ସଲମାନ ଖାନଙ୍କ ‘ଟାଇଗର ୩’ ପ୍ରଥମ ହିନ୍ଦୀ ଫିଲ୍ମ ହୋଇଯାଇଛି। ‘ଟାଇଗର ୩’ ମଧ୍ୟ ଶାହରୁଖ ଖାନଙ୍କ ‘ଜବାନ’ର ଦ୍ୱିତୀୟ ଦିନର ରୋଜଗାର ୫୩.୨୩ କୋଟିକୁ ଏବଂ ସନ୍ନି ଦେଓଲଙ୍କ ‘ଗଦର ୨’ର ଦ୍ୱିତୀୟ ଦିନର ରୋଜଗାର ୪୩.୦୮ କୋଟିର ରେକର୍ଡକୁ କାଟିଦେଇଛି। ‘ଟାଇଗର ୩’ ଦୁଇ ଦିନରେ ୧୦୨କୋଟି ଟଙ୍କା ରୋଜଗାର କରିଛି।