ବର୍ଷାଦିନ ପୂର୍ବରୁ ସମସ୍ତ ରାସ୍ତା କାମ ପୂନର ଉଦ୍ଧାର କାରିବା ପାଇଁ ପ୍ରଶାସନ ଲିଖିତ ପ୍ରତିଶୁତି ଦେବା ପରେ ଗଣଧାରଣ ପତ୍ୟାହାର!!!

ଜଗତସିଂହପୁର: ଏରସମା ବ୍ଲକ ଅଞ୍ଚଳର ରାସ୍ତା ସମସ୍ୟା କୁ ନେଇ ପାଞ୍ଚଟି ପଂଚାୟତବାସୀ ରସମା ବ୍ଲକର ଆମ୍ବିକି, ଜିରାଇଲୋ, ଗଡବିଶୁନପୁର, ଗଡହରିଶପୁର, ପଦମପୁର ପଂଚାୟତ ବିଭିନ୍ନ ଅଞ୍ଚଳରେ ଥିବା, ପୂର୍ତବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଦୀର୍ଘବର୍ଷ ହେଲା ବିୁପଦ ଜନକ ଅବସ୍ଥାରେ ରହିଛି | ରାସ୍ତା ପାଇଁ ପଞ୍ଚାୟତର ଲୋକମାନେ ଅନେକ ସମୟରେ ଦୃଘଟଣାର ଶିକାର ହେବା ସହ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାତ୍ର ନିର୍ବାଚନ ସମୟରେ ନେତା ମାନେ ଭୋଟ୍ ଭିକ୍ଷା କରି ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶୁତି ଦେଇଆସୁଥିବା ବେଳେ ତାହା କାର୍ଯ୍ୟକାରି ହେଉନାହିଁ। ସ୍ଥାନୀୟ ପ୍ରଶାସନଙ୍କୁ ବାରମ୍ବାର ଅଭିଯୋଗକଲେ ମଧ୍ୟ, କୈଣସି ସୁଫଳ ନହେବାରୁ ପାଞ୍ଚଟି ପଂଚାୟତର ଜନପ୍ରତିନିଧିଙ୍କ ସହିତ, ହଜାର ହଜାର ମହିଳା ପୁରୁଷ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ | ଯଦି ରାସ୍ତାର ସ୍ଥାୟୀ ସମାଧାନ କରାନଯାଏ ତାହେଲେ ଏରସମାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦକରିବା ପାଇଁ ସ୍ଥାନୀୟ ପ୍ରଶାସନଙ୍କୁ ଚେତାବନି ଦେବା ସହ ଗଣ ଧାରଣାରେ ବସିରହିଥିଲେ | ସନ୍ଧ୍ୟାରେ ଏରସମା ତହସିଲଦାର, ପୂର୍ତବିଭାଗ ଅଧିକାରିଣୀ ଧାରସ୍ଥଳରେ ପହଁଚି, ଏରସମା ଥାନାଅଧିକାରୀଙ୍କ ଉପସ୍ଥିତିରେ ଧାରଣାକାରୀଙ୍କୁ ଲିଖିତ ପ୍ରତିଶୁତି ଦେବାପରେ ପଂଚାୟତବାସୀ ଗଣଧାରଣାରୁ ଓହୋରିଥିଲେ |

Leave a Reply

Your email address will not be published. Required fields are marked *