ଖାତିଗୁଡା କଲୋନୀ ରାସ୍ତାରେ ରକ୍ତଜୁଡୁବୁଡୁ ମୃତ୍ ଦେହ ଉଦ୍ଧାର, ପରିବାର ଆଣିଲେ ହତ୍ୟା ଅଭିଯୋଗ!!!

ନବରଙ୍ଗପୁର: ଖାତିଗୁଡ଼ା ଥାନା ସଦର ମହକୁମା ଖାତିଗୁଡ଼ା ଗାଁ ର ପଦ୍ମନ ଦଳେଇଙ୍କ ପୁଅ ଟଙ୍କଧର ଦଳେଇଙ୍କ ସନ୍ଦେହ ଜନକ ମୃତ୍ୟୁ ହଇଛି।ଟଙ୍କଧର ରାତିରେ ଗାଁ ରେ ନାଟ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ, ସକାଳେ ତାହାର ମୃତ ଦେହକୁ ଶିବ ମନ୍ଦିର ଯିବା କଲୋନୀ ରାସ୍ତା କଡରେ ପଡ଼ିଥିବା ର ଦେଖି ଥାନାରେ ଅଭିଯୋଗ କରିଥିବା କଥା ତାଙ୍କ ବଡ଼ ଭାଇ ଭବାନୀ ଶଙ୍କର ଦଳେଇ ପ୍ରକାଶ କରିଛନ୍ତି ,ତେବେ ତାଙ୍କ ପୁତ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପିତା ପଦ୍ମନ ଖାତିଗୁଡା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ ହତ୍ୟା ମାମଲା ୠଜୁକରି ତଦନ୍ତ କରୁଛି lଏହାର କାରଣ ଜାଣିବା ପାଇଁ ପ୍ରାଥମିକ ଭାବେ ଚାରି ଜଣ ଯୁବକକୁ ସନ୍ଦେହ ଜନକ ଭାବେ ଉଠେଇ ନେଇ ପଚରା ଉଚରା କରୁଛି ଖାତିଗୁଡ଼ା ପୋଲିସ. lଏହା ଏକ ସମ୍ବେଦନ ଶୀଳ ଘଟଣା ହୋଇଥିବା ରୁ ଘଟଣା ସ୍ଥଳ ରେ ଜିଲ୍ଲା ଅରଖି ଅଧିକ୍ଷକ ରୋହିତ ବର୍ମା । ଏସଡିପିଓ ଆଦିତ୍ୟ ସେନ ,ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ରେ ସନ୍ଧାନୀ କୁକର ର ସହାୟତା ନିଆଯାଇଥିବା ବେଳେ ସିସି ଟିଭି ଆଧାରରେ ପୋଲିସ ତଦନ୍ତ ଜାରିରଖିଛି । ଖାତିଗୁଡା ଥାନା କେସ ନମ୍ବର ୧୦୭/୨୦୨୩ ଏବଂ ଦଫା ୩୦୨ ଅନୁଯାଇ ଏକ ହତ୍ୟା ମାମଲା ରୁଜୁକରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଅସନ୍ତା ହୋଇ ପଡୁଛି ଖାତିଗୁଡା ଅଞ୍ଚଳ

ବାରମ୍ବାର ଅଞ୍ଚଳରେ ଏମିତି ମୃତ ଦେହ ଉଦ୍ଧାର ପୋଲିସ ପାଇଁ ହେଉଛି ଏକ ଚ୍ୟାଲେଞ୍ଜ

ଖାତିଗୁଡା କଲୋନୀ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଠାବ

ପରିବାର ଆଣିଲେ ହତ୍ୟା ଅଭିଯୋଗ, ସନ୍ଦେହରେ ଚାରି ଅଟକ

ବାରମ୍ବାର ଏଭଳି ଘଟଣା ପାଇଁ ଲୋକଙ୍କ ମନରେ ସୃଷ୍ଟି ହେଉଛି କୋକୁଆ ଭୟ

Leave a Reply

Your email address will not be published. Required fields are marked *